27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମାରିଆପୁଲରେ ଗଦା ଗଦା ମୃତଦେହ, ଦିଆଯାଉଛି ଗଣକବର

ମାରିଆପୁଲରେ ଗଦା ଗଦା ମୃତଦେହ, ଦିଆଯାଉଛି ଗଣକବର

ମୁମ୍ବାଇ : ସତରେ କେଡେ ନିଷ୍ଠୁର ଏ ମଣିଷ ସମାଜ. ଘନଘନ ଗୁଳି ବର୍ଷା ଓ କ୍ଷେପଣାସ୍ତ୍ର ମାଡ ମଧ୍ୟରେ ସବୁଠି କେବଳ ମୃତ୍ୟୁର ହାହାକାର । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଧ୍ଵଂସ ହୋଇଯିବ ପୃଥିବୀ???

ଋଷ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ୟୁକ୍ରେନ। କିଭ୍, ଖାର୍କିଭ ଓ ମାରିଆପୁଲ ଭଳି ଦେଶର ବୃହତ ସହର ଭଗ୍ନସ୍ତୁପ ପାଲଟିଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ସୈନିକଙ୍କ ସମେତ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଦେଶର ବନ୍ଦର ଭଳି ସହର ମାରିଆପୁଲରେ ଲାସ୍‌ର ପାହାଡ ଛିଡା ହୋଇଛି । ଭାବିଲେ କେଉଁ ଅବସ୍ଥାରେ ଦିନ କାଟୁଛନ୍ତି ସେମାନେ!!!ମୃତକଙ୍କ ସଂଖା ଏତେ ଅଧିକ ଯେ ଲୋକଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ କବର ଦେବା ସମ୍ଭବ ହେଉନାହିଁ । ତେଣୁ ବାଧ୍ୟ ହୋଇ ସ୍ଥାନୀୟ ପ୍ରଶାସନ ଗଣକବର ଦେଉଛନ୍ତି ।
ଗଦା ଗଦା ମୃତଦେହଗୁଡିକୁ ଗୋଟିଏ ଜାଗାରେ ପୋତାଯାଉଛି । ସିଟି ୱାର୍କରମାନେ କାର୍ପେଟ ଏବଂ ବ୍ୟାଗରେ ମୃତଦେହଗୁଡିକୁ ଆବୃତ କରି ସହରର ଉପକଣ୍ଠରେ ୨୫ ମିଟର ଲମ୍ବ ଗଭୀର ଗାତ ଖୋଳି ସେଠାରେ ଏହାକୁ ପୋତୁଛନ୍ତି । କରୋନା ମହାମାରୀ ଠୁ ବି ଏ ଦୃଶ୍ୟ ଆହୁରି ହୃଦୟ ବିଦାରକ।ମଙ୍ଗଳବାର ଦିନ ଗୋଟିଏ କବରରେ ୭୦ରୁ ଅଧିକ ମୃତଦେହ ପୋତାଯାଇଥିବା ଏକ ନ୍ୟୁଜ ରିପୋର୍ଟରେ କୁହାଯାଇଛି । ଏହି ମୃତକଙ୍କ ମଧ୍ୟରେ ଅଧିକାଂଶ ବ୍ୟକ୍ତି ସହରରେ ଋଷ ସେନାର ଗୁଳିଗୋଳା ଓ ବୋମାମାଡରେ ପ୍ରାଣ ହରାଇଥିବା ଜଣାପଡିଛି ।

ସେହିପରି ପ୍ରାକୃତିକ କାରଣ ଯୋଗୁଁ ଘରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ମଧ୍ୟ ଅଲଗା କବର ଦେବା ସମ୍ଭବ ହେଉନାହିଁ । ତେଣୁ ସମସ୍ତଙ୍କୁ ସାମୂହିକ ଭାବେ କବର ଦିଆଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking