27.1 C
Bhubaneswar
Saturday, July 27, 2024
Homeଓଡିଶାପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଅପରାଧୀ: ସମ୍ବିତ୍ ପାତ୍ର

ପ୍ରଶାନ୍ତ ଜଗଦ୍ଦେବ ଜଣେ ଅଭ୍ୟାସଗତ ଅପରାଧୀ: ସମ୍ବିତ୍ ପାତ୍ର

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାରାଜ୍‌କୁ ନେଇ ରାଜ୍ୟରେ ଚହଳ ପଡ଼ିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ବିଜେଡି ଉପରେ ଏବେ ଆରୋପ ପ୍ରତ୍ୟାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତଙ୍କ ଉପରେ ବର୍ଷିଛନ୍ତି । ବିଧାୟକଙ୍କ ଗତକାଲିର କାର୍ଯ୍ୟକଳାପ ଅହଂକାରର ପାରାକାଷ୍ଠା ହୋଇଥିବା ବେଳେ ଏହା ଓଡ଼ିଶା ପାଇଁ ଆଦୌ ଶୁଭ ନୁହେଁ ବୋଲି ଦର୍ଶାଇଛନ୍ତି । ଜଣେ ବିଧାୟକ ହୋଇ ମଦ୍ୟପାନ କରିବା ସହ ଭିଡ଼ ଭିତରେ ଗାଡ଼ି ଚଢ଼ାଇଦେବା ମାନବିକତାର କେଉଁ ଗୁଣକୁ ସୁହାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ଜଗଦ୍ଦେବଙ୍କ କାର୍ଯ୍ୟକଳାପ ଗଣତନ୍ତ୍ରର ହତ୍ୟା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ବିଧାୟକଙ୍କ ଏଭଳି ଆଚରଣ ଓଡ଼ିଶାର ଛବିକୁ ମଳିନ କରିଥିବା ବେଳେ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଦର୍ଶାଇଛନ୍ତି ।
ଜଗଦ୍ଦେବଙ୍କ ନାଁରେ ଅପରାଧିକ ଅଭିଯୋଗ ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ସେ ବହୁ କାରନାମା କରି ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି । ପୂର୍ବରୁ ସେ ଜଣେ ଦଳିତ ଯୁବକଙ୍କୁ ମାଡ଼ ମାରିଥିବା ବେଳେ ବୌଦ୍ଧରେ ବିଜେପି କର୍ମୀଙ୍କୁ ବି ଆକ୍ରମଣ କରିଥିଲେ । ହେଲେ ଦଳ କେବଳ ତାଙ୍କୁ ଦଳରୁ ନିଲମ୍ବନ କରି ଚୁପ୍ ରହିଲା । ନିଲମ୍ବନ ନୁହେଁ ତାଙ୍କୁ ସମ୍ପୂର୍ଣ୍ଣ ବହିଷ୍କାର କରାଯାଉ ବୋଲି ବିବୃତ୍ତି ରଖିଥିଲେ । ସେ ବିଜେଡିରୁ ନିଲମ୍ବନ ହୋଇଥିଲେ ସୁଦ୍ଧା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଏପରିକି ଦଳର ମିଶ୍ରଣ କାର୍ଯ୍ୟରେ ମଧ୍ୟ ଯୋଗ ଦେଉଥିଲେ । ବିଧାୟକଙ୍କ ଏଭଳି ପୁନଃ ଅପରାଧପୂର୍ଣ୍ଣ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ବିତ୍ । ତେବେ ଏ ଘଟଣାକୁ ନେଇ ଆସନ୍ତାକାଲି ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ବ୍ଲକ୍‌, ଜିଲ୍ଲା ଓ ସହରାଞ୍ଚଳ କାର୍ଯ୍ୟାଳୟଠାରେ ସତ୍ୟାଗ୍ରହ କରାଯିବ ବୋଲି ବିଜେପି ନେତା ଗୋଲକ ମହାପାତ୍ର ଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking