30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଜେପି ଦଳ ତରଫରୁ ୭ ଦଫା ଦାବିରେ ରାମକୀ କାରଖାନା ସମ୍ମୁଖରେ ଗଣଧାରଣା

ବିଜେପି ଦଳ ତରଫରୁ ୭ ଦଫା ଦାବିରେ ରାମକୀ କାରଖାନା ସମ୍ମୁଖରେ ଗଣଧାରଣା

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ଗଡ ଟସର ଗୋଡା ଠାରେ ଥିବା ରାମକୀ କାରଖାନା ସେଠାରେ ଭାରତୀୟ ଜନତା ପାର୍ଟି ଦଳ ତରଫରୁ ୭ ଦଫା ଦାବିରେ ଗଣଧାରଣା ଦେଇ ଥିଲେ।ଭାରତୀୟ ଜନତା ପାର୍ଟି ଦଳ ର ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ ଙ୍କ ନେତୃତ୍ବରେ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି କ୍ରମି ମାନେ ଯଦି ଧରି କହିଥିଲେ ସ୍ଥାନୀୟ ଲୋକ ଙ୍କୁ ନିଯୁକ୍ତି ସ୍ଥାନୀୟ ଲୋକଙ୍କ ଗାଡ଼ିକୁ କାମ ଦିଆଯାଉ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ ପାନୀୟ ଜଳର ବ୍ୟବସ୍ଥା କରାଯାଉ ଗମନାଗମନ ପଥର ବେବସ୍ଥା କରାଯାଉ କାର୍ଯ୍ୟ କରୁଥିବା ଯୁବକ ମାନଙ୍କୁ ସୁରକ୍ଷା ଉପକରଣ ଦେବା ବେବସ୍ଥା କରାଯାଉ। କାରଖାନା ବିଷାକ୍ତ ବର୍ଯବସ୍ତୁକୁ ଉପଯୁକ୍ତ ଭାବେ କାରଖାନା ଭିତରେ କରାଯାଉ। କାରଖାନା ରେ କାର୍ଯ୍ୟ କରୁଥିବା ଯୁବକ ଙ୍କୁ କାର୍ଯ୍ୟ ନିଲମ୍ବିତ ନକରିବା ପାଇଁ। ଏଭଳି ୭ଦାବିକୁ ନେଇ ସୁକିନ୍ଦା ବିଜେପି ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ କହିଥିଲେ ଯେ ଏହି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଲୋକ କଳ କାରଖାନା ଧୁଆଁ ଧୁଳି ଖାଇ ଟିଭି ଯକ୍ଷ୍ମା କିଡନୀ ଦଣ୍ଡିସି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ଏବଂ ଏହି ରାମକୀ କଳକାରଖାନା ଉଚ୍ଚ ପଦାଧିକାରୀ ଶାସକ ଦଳର ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇ ଙ୍କ କଥା ପଡ଼ି ସୁକିନ୍ଦା ଲୋକଙ୍କୁ ଅଣଦେଖା କରୁଛନ୍ତି। ସେଥିପାଇଁ ଆଜି ଠାରୁ ସୁକିନ୍ଦା ବାସୀଙ୍କ ପାଇଁ ଗରିବି ଖଟିଖିଆ ପାଇଁ ନିରିହ ଲୋକ ମାନଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ଲେଢେଇ ହେବ ଗାଁ ଗାଁ ରେ ରାସ୍ତା ଘାଟରେ ଘଡେ଼ଇ ବାପପୁଅ ଙ୍କସହିତ ତାପରେ ସୁକିନ୍ଦା ବାସୀଙ୍କ ଦୁଃଖ ଦୁର ହେବ ବୋଲି କହିଥିଲେ।ଏ ସମ୍ପର୍କରେ ସୁକିନ୍ଦା ଗଡ଼ ସରପଞ୍ଚ ମଧ୍ୟ ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇ ସରକାର ଙ୍କୁ ତାଙ୍କ କାର୍ଯ୍ୟ କଳାପକୁ ନେଇ କଟାଖୟ ରେ କହିଥିଲେ।ଯଦି ଯଥାଶୀଘ୍ର ୭ ଦଫା ଦାବି ପୁରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ କହିଥିଲେ। ଏହା କୁ ସୁକିନ୍ଦା ତହସିଲଦାର ବୁଲୁବୁଲୁ ବେହେରା କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଜୟରାମ ସତପଥୀ ଧାରଣା ସ୍ଥଳରେ ପହଁଚି ୧୫ ଦିନ ସମୟ ନେଇ ଥିଲେ। ସୁକିନ୍ଦା ତହସିଲିଦାର ବୁଲୁବୁଲୁ ବେହେରା ବିଜେପି ନେତା ଡକ୍ଟର ପ୍ରଦିପି ବଳ ସାମନ୍ତ ଙ୍କ ସହିତ ବୁଝାମଣା କରି ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଏସମ୍ଫକରେ ସୁକିନ୍ଦା ତହସିଲଦାର ଙ୍କୁ ପଚାରିବାରୁ ଗଣମାଧ୍ୟମରେ କୈଣସି ପ୍ରତିକ୍ରିୟା ରଖିଥିଲେ।ଆଉ ଗୋଟିଏ ପଟେ ବିଜେପି ନେତା ଡକ୍ଟର ପ୍ରଦିପି ବଳ ସାମନ୍ତ କହିଛନ୍ତି ୧୫ ଭିତରେ ଦାବି ପୁରଣ ନହେଲେ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।କଳିଙ୍ଗ ନଗର ରେ କାରଖାନା ମାଳ ମାଳ ନିଯୁକ୍ତି ଘର ନିଲ ଜମି ବାଡ଼ି ହରାଇ ବିସ୍ଥାପିତ ହେଲେ କାରଖାନା ହେଲା ନିଯୁକ୍ତି ମିଳିଲା ନାହଁ ଲୋକେ ପ୍ରଦୂଷଣ ର ଶିଖା ର ହେଉଛନ୍ତି । ଏବେ ଗୋଟି ଏ ପରେ କାରଖାନା ବନ୍ଦ ହେବାକୁ ଯାଉଛି । କଳିଙ୍ଗ ନଗର ଏପରି ଅବସ୍ଥା ପାଇଁ ଦାୟୀ କିଏ ବିସ୍ଥାପିତ ମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking