34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଓଡିଶା-ମୋ ପରିବାର ଉଦ୍ୟମରେ ତେଲେଙ୍ଗାନାରୁ ଉଦ୍ଧାର ହେଲେ ୧୧ ଓଡିଆ ଶ୍ରମିକ

ଓଡିଶା-ମୋ ପରିବାର ଉଦ୍ୟମରେ ତେଲେଙ୍ଗାନାରୁ ଉଦ୍ଧାର ହେଲେ ୧୧ ଓଡିଆ ଶ୍ରମିକ

ଭୁବନେଶ୍ବର(୨୩.୧୧.୨୦୨୦)- ଓଡିଶାର ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପରିଚ୍ଛିପୁର ଗ୍ରାମର ୧୧ଜଣ ଓଡିଆ ଦାଦନ ଶ୍ରମିକଭାବେ କାର‌୍ୟ୍ୟ କରିବାକୁ ଯାଇ ତେଲେଙ୍ଗାନାର କରିମନଗର ଜିଲ୍ଲା ଅନ୍ତର୍ଗତ କାଜିପୁରମ୍ଗ୍ରାମର ଏକ କମ୍ପାନୀରେ ଫସରହିଥିଲେ ସେଠାର କାମ କରିବାର ଦୁଇମାସ ପରେ ମଧ୍ୟ ସମାନଙ୍କୁ ପାରିଶ୍ରମିକ ବାବଦରେ କୌଣସି ଟଙ୍କା କମ୍ପାନୀ ତରଫରୁ ମିଳିନଥିଲା । ପଇସା ମାଗିବାରୁ ସେମାନଙ୍କୁ ସେଠାରେ ପହଞ୍ଚାଇଥିବା ଦଲାଲ ପଇସା ନେଇ ପଳାଇଛି ବୋଲି କମ୍ପାନୀ ମାଲିକ ପ୍ରକାଶ କରିଥିଲେ । ପାରିଶ୍ରମିକ ନମିଳିବା ସହ ଏହି ଶ୍ରିକମାନଙ୍କୁ ଗତ କିଛିଦିନ ହେଲା ଖାଇବାପିଇବାକୁ ମଧ୍ୟ ଦିଆଯାଉନଥିଲା ଏବଂ ତୁରନ୍ତ କମ୍ପାନୀ ପରିସର ଛାଡିଯିବାକୁ କମ୍ପାନୀ ମାଲିକ ନିର୍ଦ୍ଦେଶ ଦେଇଥିଲେ ।ଏହିପରି ଭାବରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ପରେ ସେମାନେ କୌଣସି ମତେ କାଜିପୁରମରୁ ୬୦ କିଲୋମିଟର ଚାଲିଚାଲି ଆସି ବିଜଓ୍ବାଡାରେ ପହଞ୍ଚିଥିଲେ ଏବଂସେଠାରୁ ବସ୍ୟୋ ଗେଆସି ଗତକାଲି ରାତିରେ ପଲାସାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ପାଖରେ ଅର୍ଥନଥିବା ହେତୁ ମୟୂରଭଞ୍ଜ ଫେରିବାରେ ସମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଏ ସମ୍ପର୍କରେ ଓଡିଶା ମୋପରିବାର-ଜୀବନ ବିନ୍ଦୁର ମୟୂରଭଞ୍ଜ ସଂଯୋଜକ ଶ୍ରୀ ଦେବାଶିଷ ମହାନ୍ତି ଓଡିଶା-ମୋ ପରିବାରକୁ ଜଣାଇଥିଲେ । ଏହାପରେ ଓଡିଶା-ମୋ ପରିବାର ତରଫରୁ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଜଣାଇ ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ସାହାଯ୍ୟ ଲୋଡାଯାଇଥିଲା । ରାତ୍ରି ୧୨ଟା ଅତିକ୍ରମ ହୋଇଥିବାରୁ ସେହି ସମୟରେ କୌଣସି ବସ୍ବାଟ୍ରେନର ସୁବିଧା ନଥିଲା । ତେଣୁ ଶ୍ରୀପଣ୍ଡା ନିଜେ ଗାଡିର ବ୍ୟବସ୍ଥା କରି ୧୧ଜଣ ଶ୍ରମିକଙ୍କୁ ବ୍ରହ୍ମପୁର ଆଣିବାର ବ୍ୟବସ୍ଥା କରିଥିଲେ ।ବ୍ରହ୍ମପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କର ରହିବା ଓ ଖାଇବାର ବ୍ୟବସ୍ଥା ଶ୍ରୀ ପଣ୍ଡା ତୁଲାଇଥିଲେ । ଆଜି ସକାଳେ ଓଡିଶା-ମୋ ପରିବାର ତରଫରୁ ସମାଜସେବୀ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ଯୋଗାଯୋଗ କରି ସମସ୍ତ ଶ୍ରମିକଙ୍କୁ ମୟୂରଭଞ୍ଜ ପଠାଇବାର ବ୍ୟବସ୍ଥା କରିବା ଲାଗି ଅନୁରୋଧ କରାଯାଇଥିଲା । ଏହାପରେ ଶ୍ରୀମହାନ୍ତିଙ୍କ ସହଯୋଗକ୍ରମେ ୧୧ ଜଣ ଶ୍ରମିକ ବ୍ରହ୍ମପୁରରୁ ଆସି ଭୁବନେଶ୍ବରସ୍ଥିତ ଓଡିଶା-ମୋ ପରିବାର ମୁଖ୍ୟ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ । ଭୁବନେଶ୍ବରରୁ ସେମାନେ ମୟୂରଭଞ୍ଜ କିପରି ସୁରୁଖୁରୁରେ ଯାଇପାରିବେ ସେଥିଲଗି ସମସ୍ତ ବ୍ୟବସ୍ଥା ଓଡିଶା-ମୋ ପରିବାର ତରଫରୁ କରାଯାଇଥିଲା । ଏହି ସହାୟତା ଲାଗି ସଂପୃକ୍ତ ଶ୍ରମିକମାନେ ଓଡିଶା-ମୋ ପରିବାର ଏବଂ ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking