33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୩ – ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ
ସମଗ୍ର ଭାରତବର୍ଷର ଚାଷୀଙ୍କୁ ସଶକ୍ତ କରିବା ପାଇଁ ଐତିହାସିକ ଏବଂ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଆମ ଚାଷୀମାନଙ୍କ ପାଇଁ ଚାଷର ସମ୍ଭାବ୍ୟ ବ୍ୟବହାରକୁ ବଢ଼ାଇବା ସହ ସେମାନଙ୍କୁ ଆତ୍ମ ନିର୍ଭର କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୋଦି ସରକାର ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଚାଷୀଙ୍କ ଠାରୁ ଏମଏସପି ମୂଲ୍ୟ ବାବଦରେ ଧାନ କିଣି ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫୩ ହଜାର ୬୮୦.୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ୬ ବର୍ଷ ମଧ୍ୟରେ ଏମଏସପିର ଦ୍ରୁତ ବୃଦ୍ଧି ଚାଷୀ ମାନଙ୍କୁ ଅଧିକ ଲାଭ ଦେଇଛି । ବର୍ଷ ୨୦୧୩-
୧୪ରେ ଧାନର ଏମଏସପି ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ବର୍ଷ ୨୦୧୪ରେ-୧୫ରେ ଯଥାକ୍ରମେ ୧୩୬୦ ଟଙ୍କା, ବର୍ଷ ୨୦୧୫-୧୬ରେ ୧୪୧୦ ଟଙ୍କା, ବର୍ଷ ୨୦୧୬-୧୭ରେ ୧୪୭୦ ଟଙ୍କା, ବର୍ଷ ୨୦୧୭-୧୮ରେ ୧୫୫୦ ଟଙ୍କା, ବର୍ଷ ୨୦୧୮-୧୯ରେ ୧୭୫୦ ଟଙ୍କା, ବର୍ଷ ୨୦୧୯- ୨୦ରେ ୧୮୧୫ ଟଙ୍କା ଏବଂ ବର୍ଷ ୨୦୨୦-୨୧ରେ ଧାନର ଏମଏସପି ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି । ଚଳିତ ଆର୍ôଥକ ବର୍ଷ ନଭେମ୍ବର ଶେଷ ସୁଦ୍ଧା ପ୍ରଧାନମବୀ କିଷାନ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ ଉପକୃତ ହୋଇଛନ୍ତି । ଫସଲ କରିବା ପାଇଁ ଅତିରିକ୍ତ ସହଯୋଗ ଏବଂ ପରିବାରର ଭରଣପୋଷଣ ପାଇଁ ୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୨ ହଜାର ୭୩୧.୮୭
କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ଷ ୨୦୧୮-୧୯ରେ ଯଥାକ୍ରମେ ୧୯୪.୭୫ କୋଟି, ବର୍ଷ ୨୦୧୯ -୨୦ରେ ୧୬୮୬.୫୮ କୋଟି ଏବଂ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା
୮୫୦.୩୫ କୋଟି ଟଙ୍କା ସମସ୍ତ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ୍ ଆକାଉଂଟକୁ ଟ୍ରାନ୍ସଫର୍ କରାଯାଇଛି । ୨୦୧୬-୧୭ ଠାରୁ ପ୍ରଧାନମବୀ ଫସଲ ବୀମା ଯୋଜନା ଅଧୀନରେ ଓଡ଼ିଶାର ୨୦.୯୪ ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି । ମୋଦି ସରକାର ଆମ ଅର୍ଥନୀତିର ମେରୁଦଣ୍ଡକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସମେତ ସମଗ୍ର ଦେଶର ଚାଷୀଙ୍କ କଲ୍ୟାଣ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking