ଅଲୋଡ଼ା ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର ) – ଗତକାଲି ବଲାଙ୍ଗୀର ଚନ୍ଦ୍ରଶେଖର ନଗରର ଏକ ପରିତ୍ୟକ୍ତ ସରକାରୀ ଘରୁ ସନ୍ଦେହଜନକ ଭାବେ ବୃଦ୍ଧ ସ୍ବାମୀ- ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ବୃଦ୍ଧଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିଲା ପୋଲିସ l ମୃତ ସ୍ବାମୀ ଜଣକ କୁଡ଼ସିଂଗା ଗାଁର ବୃନ୍ଦାବନ ସାହୁ, (୮୨) ଓ ସ୍ତ୍ରୀ ନିରାଶ ସାହୁ (୮୦) ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁସାରେ, ବୃଦ୍ଧ ଦମ୍ପତ୍ତିଙ୍କ କୌଣସି ସନ୍ତାନ ନଥିବାବେଳେ ପରିବାରରେ ଅଲୋଡ଼ା ହୋଇ ବଲାଙ୍ଗୀର ରାଜସ୍ବ ବିଭାଗର ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲେ ବୃଦ୍ଧ ଦମ୍ପତି l ହେଲେ ଗତ କାଲି ଜଣେ ପଡୋଶୀ କିଛି ଖାଇବା ନେଇ ଯିବାବେଳକୁ ବୃଦ୍ଧ ବୃନ୍ଦାବନ ଚଟାଣରେ ପଡ଼ିଥିବା ବେଳେ ସ୍ତ୍ରୀ ନିରାଶ ବେକରେ ରସି ଲଗାଇ ଝରକାରେ ଝୁଲି ପଡ଼ିଥିବା ଦେଖିଥିଲେଲ l ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମ୍ପତିଙ୍କ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭୀମ ଭୋଇ ମେଡିକାଲକୁ ପଠାଇଥିଲା l

ଶେଷରେ ଜାତିଆଣ ମନୋଭାବ ତଥା ସଂକ୍ରମଣ ଆଶଙ୍କାରେ ମୃତଦେହକୁ ଶବ ସତ୍କାର କରିବାକୁ କେହି ଆସି ନଥିଲେ । ଶେଷରେ ଅଲୋଡ଼ା ହୋଇ ପଡି ରହିଥିବା ଶବକୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ
ସ୍ଥାନୀୟ ବିଭୁତି ପଡ଼ା ସ୍ୱର୍ଗଦ୍ୱାରକୁ ନେଇ ସମସ୍ତ ରୀତି ନୀତିରେ ଶେଷ କୃତ୍ୟ କରିଥିବ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here