କଳାକନା ବୁଲାଇଲେ ଡକାୟତ, ଲକ୍ଷାଧିକ ଟଙ୍କା ନେଇ ଛୁ

କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ଗ୍ରାମରେ ଘଟିଛି ଡକାୟତି । ଉକ୍ତ ଗ୍ରାମର ସାର ବ୍ୟବସାୟ କରୁଥିବା ଆନନ୍ଦ ଚନ୍ଦ୍ର ସାହୁଙ୍କ ସାର ଦୋକାନରେ ଅପରାହ୍ନରେ ଡକାୟତ ମାନେ କଳାକନା ବୁଲାଇଛନ୍ତି । ଆନନ୍ଦ ସାହୁ ଗାଁ ବାହାରେ ଏକ ଘରେ ରହୁଥିବା ବେଳେ ସେଠାରେ ସାର ବିକ୍ରି କରୁଥିଲେ । ଆଜି ଦିନରେ କୌଣସି କାର୍ଯ୍ୟରେ ଘରେ ତାଲା ପକାଇ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଡକାୟତ ମାନେ ତାଲା ଭାଙ୍ଗି ଟଙ୍କା ଲୁଟ କରି ନେଇଛନ୍ତି । ସେ ଘରକୁ ଫେରି ନଗଦ ଚାରିଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ କରିଥିବା ନେଇ ସଦର ଥାନା ରେ ଅଭିଯୋଗ ହୋଇଛି । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here