ଭିଜିଲାନ୍ସ ଜାଲରେ ପଡ଼ିଆ ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜେର

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲର ବିପିଏମ । ବ୍ଲକ ପ୍ରୋଗ୍ରାମ ମେନେଜର ଶ୍ରୀମନ୍ତ ଅତିବୁଦ୍ଧି  ଗାଡି ଭଡା ବାବଦ ବିଲ କରିବା ପାଇଁ 20ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରା ପଡଲା।ରାକେଶ ଚନ୍ଦ୍ର ଦାସ ଙ୍କ ବୋଲେରୋ ଗାଡି ମେଡିକାଲ ରେ ଭଡା ଲାଗିଥିବା ବେଳେ ଏହାର ବିଲ କରାଇ ଦେବା ପାଇଁ ହଇରାଣ କରିବା ସହ 20 ହଜାର ଲାଞ୍ଚ ମାଗିଥିଲେ।ରାକେଶ ଭିଜିଲାନ୍ସ କୁ ସୂଚନା ଦେବାପରେ ମାଲକାନଗିରି ର ଭିଜିଲାନ୍ସ ଡ଼ିଏସପି ଙ୍କ ନେତୃତ୍ୱରେ ଏକ ଟିମ ପଡିଆ ମେଡିକାଲ ରେ ଚଢ଼ାଉ କରିଥିଲେ।ଭିଜିଲାନ୍ସ ଟିମ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here