ଭୁବନେଶ୍ୱର: ପ୍ରେମ କେବେ ଦେଖେନି ବୟସ , ସୁନ୍ଦରତା । କେତେବେଳେ କାହା ପ୍ରେମରେ ମଣିଷ ଛନ୍ଦି ହୋଇଯିବ ତାହା କିଏ ବା ଜାଣିଛି । ପ୍ରେମ ହେଉଛି ବିଶ୍ୱାସ , ନିରନ୍ତକ । ପ୍ରେମରେ ନା ଅଛି ସ୍ୱାଦ ନା ଅଛି ସ୍ୱାର୍ଥ । ନିଃସ୍ୱାର୍ଥପର ପ୍ରେମ ସବୁବେଳେ ରୁହେ ଚିରନ୍ତନ । ଏହି ଅସୀମ , ଅନନ୍ତ ପ୍ରେମ ସମସ୍ତଙ୍କ ଜୀବନକୁ ଥରେ ଆସିଥାଏ । ଆଉ ଗୋଲାପ ଫୁଲର ମହକ ପରି ସଭିଙ୍କୁ ବାସିଥାଏ ।କିଏ କିଏ ପ୍ରେମର ମହକରେ ପଡି ସଫଳ ହୁଅନ୍ତି ତ ଆଉ କିଏ ପ୍ରେମକୁ ହରାଇ ବସନ୍ତି । ପ୍ରେମ ଅଦୃଶ୍ୟ .. ପ୍ରେମ ଅନୁଭୁତି .. ନା ସ୍ପର୍ଷ କରିହୁଏ ନା ଦେଖିହୁଏ । ଏହା ଭଗବାନଙ୍କ ଏକ ବରଦାନ । ସତ୍ୟ ପ୍ରେମରେ ନଥାଏ ଛନ୍ଦ, ନଥାଏ କପଟ । ତେବେ ଆଜି ସେହି ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମର ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ ଡେ ‘ ଗୋଲାପ ଦିବସ । ଆଜି ପ୍ରେମୀ ଯୁଗଳଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିବସ । ଏକ ନିରୋଳା ଜାଗାରେ ପରସ୍ପରକୁ ଗୋଲାପ ଦେଇ ନିଜର ମନରେ ଖୁନ୍ଦି ହୋଇଥିବା ଭାବକୁ ଆଦାନ ପ୍ରଦାନ କରିବେ ପ୍ରେମୀଯୁଗଳ । ଖାଲି ଯୁବ ପିଢି ନୁହେଁ ବୃଦ୍ଧ – ବୃଦ୍ଧାମାନେ ମଧ୍ୟ ଏହି ଦିବସଟିକୁ ପାଳନ କରନ୍ତି । ଆଜିର କୋହଲା ପାଗରେ ପ୍ରେମ ଋତୁର ପ୍ରଥମ ଦିନରେ ନିଜର ଜାବନ ସାଥୀ ଭାବରେ ରହିବା ପାଇଁ ପରସ୍ପରକୁ କଥା ଦେଇଥାନ୍ତି । ଏହା ସହିତ ପ୍ରେମର ବନ୍ଧନ କିପରି ସୁଦୃଢ ରହିବ ତାର ମଧ୍ୟ ଶପଥ ନେଇଥାନ୍ତି । ହେଲେ ସେତେବେଳେ ଏହି ଅକୁହା ଗୋଲାପ ପାଖୁଡା ସାଜିଥାଏ ସେମାନଙ୍କ ମୁକସାକ୍ଷୀ । ଆଜିର ଦିନରେ ଗୋଲାପର ଦାମ ଦେଖି ପକେଟକୁ ବାଧିଲେ ମଧ୍ୟ କିଣି ନିଅନ୍ତି ପ୍ରେମୀ ଯୁଗଳ । ଏହାର ଚାହିଦା ବଜାରରେ ବେଶ ଭଲ କହିଛି । କେହି କେହି ଗୋଲାପ ଦିଅନ୍ତି , ତ ଆଉ କେହି ବୁକେ ଦିଅନ୍ତି ଆଉ ନୀଜ ଜୀବନରେ ଆଗକୁ ବଢନ୍ତି । କେହି କେହି ସତ ପ୍ରତିଶୃତି ଦେଇ ଜୀବନକୁ ଅତି ରଞ୍ଜିତ କରନ୍ତି ତ ଆଉ କେହି ମିଛ ପ୍ରତିଶ୍ରୃତି ଦେଇ ମନରେ କଳା ବାଦଲର ଛାୟା ଖେଳାଇ ଦିଅନ୍ତି । ଯାହା ଭୁଲିବା ଅତ୍ୟନ୍ତ ପୀଡାଦାୟକ ହୋଇଥାଏ । ଗୋଲାପ ହେଉଛି ପ୍ରେମର ପ୍ରତୀକ ଏବଂ ପ୍ରଥମ ବିଶ୍ୱାସ ।