ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧୀନରେ ଥିବା ଆହାର କେନ୍ଦ୍ର ପରିଚାଳନା ଦାଇତ୍ୱରେ ଥିବା ରଙ୍ଗିଆଗୁଡା ସ୍ଥିତ ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପର ପ୍ରାପ୍ୟ ପ୍ରଦାନ କରାଯାଇନଥିବାରୁ ଆଜି ଦେବଗଡ଼ ଆହାର କେନ୍ଦ୍ରରେ ତଲା ଝୁଲୁ ଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ବିଗତ 10 ମାସ ପୂର୍ବରୁ ଆହାର କେନ୍ଦ୍ର ପରିଚାଳନା ଦାଇତ୍ୱ ନେଇଥିବା ଜୟ ମା ସନ୍ତୋଷୀ ଏସଏଚଜି ଗ୍ରୁପ ଦେବଗଡ଼ ପୌରାଞ୍ଚଳରେ ଥିବା ଦୁଇଟି ଆହାର କେନ୍ଦ୍ରରେ ଆହାର ଯୋଗାଇ ଆସୁଥିବା ବେଳେ ପୌର ପରିଷଦ ପକ୍ଷରୁ ପ୍ରତି ମାସରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ବେଳେ ଅବ୍ୟବସ୍ଥା ଉପୁଜି ଆସୁଛି l
ଏହି କ୍ରମରେ ଗତ ମାର୍ଚ୍ଚ ମାସର ପ୍ରାପ୍ୟ ଆଜି ଯାଏଁ ସେମାନଙ୍କୁ ମିଳିନଥିବାରୁ ପୂର୍ବରୁ ଏନେଇ ଏସଏଚଜି ସଦସ୍ୟା ମାନେ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ସେମାନଙ୍କ ପାଇଁ ଆହାର କେନ୍ଦ୍ର ଚଳାଇବା ସମ୍ଭବ ନ ହେବାରୁ ଆଜି ଆହର କେନ୍ଦ୍ର ବନ୍ଦ ରହିଛି l ଅନ୍ୟ ପକ୍ଷରେ କୌଣସି ଆଗୁଆ ସୂଚନା ନଥିବାରୁ ବହୁ ଜନସାଧାରଣ ଆହର କେନ୍ଦ୍ରକୁ ଆହାର ପାଇଁ ଆସି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି l
ସେହିପରି ମୁଖ୍ୟ ଆହାର କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଆହର କେନ୍ଦ୍ରକୁ ଆହର ପହଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଥିବା ଗାଡି ଦୀର୍ଘ ମାସ ଧରି ଅଚଳ ହୋଇ ପଡ଼ିଥିବା ବେଳେ ଭଡା ଗାଡ଼ିରେ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ଆହାର ପରିବହନ କରାଯାଉଥିବା ବେଳେ ଗାଡି ଭଡା ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଜୟ ମା ସନ୍ତୋଷୀ ଏସଏଚଜି ସଭାନେତ୍ରୀ l
ଏ ନେଇ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କ ମତାମତ ନେବାରୁ ପୌରପରିଷଦ ଆକାଉଣ୍ଟlଣ୍ଟ କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ପ୍ରକାଶ କରିବାସହ ଏସଏଚଜି ଗ୍ରୁପକୁ ସେମାନଙ୍କ ବାକୟା ପ୍ରାପ୍ୟ ବାବଦରେ ଆଜି ଚେକ ପ୍ରଦାନ କରିଦିଆଯାଇଛି ଏବଂ ସବୁକିଛି ସ୍ୱାଭାବିକ ହୋଇଯିବ ବୋଲି ପ୍ରକାଶ କରିଛନ୍ତି l