33.5 C
Bhubaneswar
Tuesday, June 23, 2026
Homeଓଡିଶାଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା

ବରଗଡ଼: ବରଗଡ଼ ଜିଲା  ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଲପୁର ଥାନା ଲହଙ୍ଗିର ଗ୍ରାମରେ ନବବଧୂଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ମମତା ବରିହା ମାର୍ଚ ୨୬ ତାରିଖରେ ଜଗଦଲପୁର ଥାନା ଲହଙ୍ଗେର ଗ୍ରାମର  ଧୃବ ବେଣ୍ଟକାରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ମମତାଙ୍କୁ ଶାଶୁ ଘର ଲୋକମାନେ ଯୌତୁକ ପାଇଁ ଅନେକ ସମୟରେ ନିର୍ଯାତନା ଦେଉଥିବା ମମତା ଫୋନରେ  ତାଙ୍କ ପରିବାର ଲୋକଙ୍କଙ୍କୁ ଅଭିଯୋଗ କରିଆସୁଥିଲେ। ମାତ୍ର ବୁଧବାର ଅପରାହ୍ନରେ ତମ ଭଉଣୀ ଅସୁସ୍ଥ ଅଛି ପଦ୍ମପୁର ଡାକ୍ତରଖାନାକୁ ଆସ ବୋଲି ମୃତ ମମତାଙ୍କ ଭାଇ ପୈଲୁସ୍ତଙ୍କୁ ଫୋନ କରିଥିଲେ ଶାକୁଘରଲୋକେ। ପରେ ପରିବାରଲୋକେ ପଦ୍ମପୁର ଡାକ୍ତରଖାନାରେ ପହଞ୍ଚି ଜାଣିଲେ ଯେ,  ମମତାଙ୍କ ମୃତ୍ୟୁ ଘଟିସାରିଛି । ଏ ନେଇ ବୁଧବାର ମମତାଙ୍କଭାଇ ଜଗଦଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ   ମମତାଙ୍କ ସ୍ବାମୀ ଧୃବ ବେଣ୍ଟକାରକୁ ଅଟକ ରଖି ପଚରାଉଚରା କରୁଥିବା ଜଗଦଲପୁର ଆଇଆଇସି ଅଭିମନ୍ୟୁ ଦୁର୍ଗ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking