31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର,କାହାକୁ ମିଳିବନି ସଂଖ୍ୟା...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର,କାହାକୁ ମିଳିବନି ସଂଖ୍ୟା ଗରିଷ୍ଠତା: ସର୍ଭେ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ସର୍ଭେ ରିପୋର୍ଟ ସମସ୍ତଙ୍କୁ ସ୍ତବଧ କରିଦେଇଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଏବଂ ଜେଡିଏସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଛି। ସଂପ୍ରତି କର୍ଣ୍ଣାଟକରେ ବିଜେପି ସରକାରରେ ରହିଛି। ତେବେ ଏହି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ସର୍ବଦା ଦେଖିବାକୁ ମିଳିଥାଏ। ଆଉ ଆଗାମୀ ବିଧାନସଭା ନିର୍ବାଚନରେ ଦୁଇ ଜାତୀୟ ଦଳ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି। ନିକଟରେ ଆସିଥିବା ଏକ ସର୍ଭେରୁ ଏହି ସଙ୍କେତ ମିଳିଛି ଯେ, କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନାହିଁ। ଗତ ତିନି ମାସ ତଳେ ସର୍ଭେରୁ ଯାହା ଫଳାଫଳ ଆସିଥିଲା ତାହା ନିକଟରେ କରାଯାଇଥିବା ସର୍ଭେରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ।
ସଦ୍ୟତମ ସର୍ଭେ ଅଗଷ୍ଟ ଶେଷ ଆଡକୁ କରାଯାଇଥିଲା। ରାଜ୍ୟର ତିନି ରାଜନୈତିକ ଦଳ ପ୍ରମୁଖ ପ୍ରସଙ୍ଗକୁ ନେଇ ମାହୋଲ ନିଜ ଆଡକୁ କରିବାକୁ ଉଦ୍ୟମ ଚଳାଇଛନ୍ତି। ତେବେ ଏଥିରେ କୌଣସି ଦଳକୁ ଫାଇଦା ମିଳୁନଥିବା ଦେଖିବାକୁ ମିଳିଛି। ମେ-ଜୁନ ମାସରେ ହୋଇଥିବା ସର୍ଭେରେ ମଧ୍ୟ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳୁନଥିବା ଦେଖିବାକୁ ମିଳିଥିଲା। ଜେଡିଏସ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ।
ମେ-ଜୁନର ସର୍ଭେରୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। କାହାକୁ ପୂର୍ଣ୍ଣ ବହୁମତ ମିଳୁନାହିଁ। ମୋଟ୍ ୨୨୪ ବିଧାନସଭା ଆସନରୁ ବିଜେପି ପାଖାପାଖି ୯୫ ସିଟ୍ ଜିତୁଥିବା ବେଳେ କଂଗ୍ରେସ ପ୍ରାୟ ୧୦୦ ସିଟ୍ ଜିତୁଥିବା ସର୍ଭେରେ ଅନୁମାନ କରାଯାଇଛି। ଜେଡିଏସ ପ୍ରାୟ ୨୦ ସିଟ୍ ଜିତିବ ବୋଲି ଅନୁମାନ କରାଯାଉଛି, ଯାହା ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୨। ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତା ସ୍ଵୀକାର କରିଛନ୍ତି ଯେ, ତିନି ମାସ ପରେ ବି ଫଳାଫଳରେ କୌଣସି ପରିବର୍ତ୍ତନ ଘଟିନି।
ଦକ୍ଷ୍ୟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ସର ସହ ସଂସ୍ଥାପକ ହରିଶ ନରସପା କହିଛନ୍ତି, କୌଣସି ଦଳକୁ ପୂର୍ଣ୍ଣ ବହୁମତ ନମିଳିବାର କାରଣ ସବୁ ଦଳ ପ୍ରମୁଖ ପ୍ରସଙ୍ଗକୁ ନେଇ ପରସ୍ପର ବିରୋଧରେ ହମଲା କରୁଛନ୍ତି ଏବଂ ନିଜ ପାଇଁ ସକରାତ୍ମକ ମାହୋଲ ସୃଷ୍ଟି କରୁଛନ୍ତି। ଜନତା କୌଣସି ଗୋଟିଏ ଦଳ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି। ହୁଏତ ନିର୍ବାଚନ ପାଖେଇଲେ ଲଢେଇ ଆହୁରି ରୋମାଞ୍ଚକର ହୋଇପାରେ। ଏହା ସବୁ ପ୍ରାର୍ଥୀ ଘୋଷଣା ଉପରେ ନିର୍ଭର କରେ ବୋଲି ନରସପା କହିଛନ୍ତି।
ନରସପ୍ପା କହିଛନ୍ତି, ବିଜେପି ହିନ୍ଦୁତ୍ଵ ଏଜେଣ୍ଡାକୁ ନେଇ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଥିବା ବେଳେ କଂଗ୍ରେସ ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠାଇ କଡା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି। ଆଞ୍ଚଳିକ ଦଳ ଜେଡିଏସ ଜନତାଙ୍କ ମୁଡ୍କୁ ପରଖୁଛି। ତେବେ କୌଣସି ଦଳ ସଂପୂର୍ଣ୍ଣ ଭାବେ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରୁ ନାହାନ୍ତି। ତିନି ଦଳ ନିଜ ନିଜର ପାରମ୍ପରିକ ଭୋଟ୍ ବ୍ୟାଙ୍କ ହାତେଇବାକୁ ସଫଳ ହେଉଥିଲେ ହେଁ ନୂତନ ଭୋଟ୍ ହାତେଇବାରେ ବିଫଳ ହେଉଥିବା ସର୍ଭେରୁ ଜଣା ପଡିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking