35.1 C
Bhubaneswar
Monday, May 13, 2024
Homeଦେଶ ବିଦେଶସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଆଉ ଆଜି......

ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଆଉ ଆଜି……

ନୂଆଦିଲ୍ଲୀ: ଅଭିନେତା ରବି କିଶାନ । ଭୋଜପୁରୀ,ସାଉଥ ଓ ବଲିଉଡ ସିନେମାର ଏକାଧିକ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ।  ବର୍ତ୍ତମାନ ସେ ଜଣେ ସାଂସଦ । ଏହା ସହ ସେ କେତେକ ରିଏଲିଟି ଶୋ’ରେ ମଧ୍ୟ ଜଜ ସିଟିରେ ବସିଥିବା ଦେଖିବାକୁ ମିଳୁଛି। ନିକଟରେ ସେ ରଜତ୍ ଶର୍ମାଙ୍କ ଶୋ ‘ଆପକି ଆଦାଲତ’କୁ ଯାଇଥିଲେ। ସେଠାରେ ସେ ଏଭଳି କିଛି ଖୁଲାସା କରିଛନ୍ତି ଯେ,ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସେ କହିଛନ୍ତି ସେ ବି ଦିନେ କାଷ୍ଟିଂ କାଉଚର ଶୀକାର ହୋଇଥିଲେ,ଏବଂ ସୌଭାଗ୍ୟସବତଃ ସେଭଳି ପରିସ୍ଥିତିରୁ ସେ ବର୍ତ୍ତି ଯାଇଥିଲେ ।

ରବି କିଶନ ପ୍ରଥମେ ୧୯୯୨ ମସିହାରେ ହିନ୍ଦୀ ଫିଲ୍ମ ପିଟମ୍ବରରେ ବଲିଉଡ଼ରେ ଏଣ୍ଟ୍ରି ମାରିଥିଲେ। ଏହା ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ। ତାଙ୍କୁ ଭୋଜପୁରୀ ସିନେମାର ସୁପରଷ୍ଟାର ବୋଲି କୁହାଯାଏ । ତାଙ୍କର କିଛି  ସୁପରହିଟ୍ ଫିଲ୍ମ ଗୁଡିକ ହେଲା  ‘ଆର୍ମି’, ‘ହେରା ଫେରି’, ‘ତେରେ ନାମ’, ‘ଲକ୍’, ‘ଏଜେଣ୍ଟ ବିନୋଦ’, ‘ମୁକ୍କାବାଜ’।  ଫିଲ୍ମ’ଲଭ୍ ୟୁ ଲୋକତନ୍ତ୍ରା’ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​ଏବଂ ନେଟଫ୍ଲିକ୍ସ ୱେବ୍ ସିରିଜ୍’ ଖାକି:ଦ ବିହାର ଚାପ୍ଟର’ରେ ମଧ୍ୟ ସେ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking