28.1 C
Bhubaneswar
Thursday, May 2, 2024
Homeଓଡିଶାପୁରୀରେ ବିମାନବନ୍ଦର ପାଇଁ ସ୍ଥାନ ଚୂଡ଼ାନ୍ତ କଲା ଏଏଆଇ

ପୁରୀରେ ବିମାନବନ୍ଦର ପାଇଁ ସ୍ଥାନ ଚୂଡ଼ାନ୍ତ କଲା ଏଏଆଇ

ଭୁବନେଶ୍ୱର:  ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାଟିକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଚୂଡ଼ାନ୍ତ କରିଛି । ବ୍ରହ୍ମଗିରି ତହସିଲ୍ ଅନ୍ତର୍ଗତ ସିପସରୁବାଲି ମୌଜାରେ ହିଁ ଏହି ବିମାନବନ୍ଦର ନିର୍ମାଣ ହେବ । ଜୁନ୍ ୨୩ ତାରିଖରେ ଏଏଆଇର ୩ ଜଣିଆ ଟିମ୍ ପୁରୀ ଯାଇ ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ଲାଗି ଜାଗା ବୁଲି ଦେଖିଥିଲେ । ୪ଟି ଜାଗା ମଧ୍ୟରୁ ସିପସରୁବାଲି ଠାରେ ବିମାନବନ୍ଦର ତିଆରି ହୋଇପାରିବ ବୋଲି ଏହି ଟିମ୍ ଦର୍ଶାଇଥିଲେ । ଏହି ଟିମ୍‌ର ପର୍ଯ୍ୟବେକ୍ଷଣ ଆଧାରରେ ଏଏଆଇ ଓଡ଼ିଶା ସରକାରଙ୍କୁ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରଦାନ କରିଛି । ପ୍ରସ୍ତାବିତ ବିମାନବନ୍ଦର ନିର୍ମାଣ ଲାଗି ଚିହ୍ନଟ ଜାଗା ଠାରେ ପବନର ବେଗ ଏବଂ ଦିଗ ନେଇ କୌଣସି ସମସ୍ୟା ନଥିବା ଏହି ରିପୋର୍ଟରେ ଏଏଆଇ ଦର୍ଶାଇଛି ।

ଆରମ୍ଭରୁ ଏହି ବିମାନବନ୍ଦରରେ ୧୨୦୦ ଏକର କ୍ଷେତ୍ର ପରିମିତ ଗୋଟିଏ ମାତ୍ର ରନ୍‌-ୱେ ରହିବ । ତେବେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପାଇଁ ଅତିରିକ୍ତ ୨୩୦୦ ଏକର ଜମି ଅଧିଗ୍ରହଣ କରାଯିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବେ ଏଏଆଇର ଏହି ପ୍ରି-ଫିଜିବିଲିଟି ରିପୋର୍ଟକୁ ତର୍ଜମା କରୁଥିବା ବେଳେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ସମୀକ୍ଷା ବୈଠକ ଡକାଇବେ ବୋଲି ଜଣାପଡ଼ିଛି । ବିମାନବନ୍ଦରର ଡିଜାଇନ୍ ପ୍ରସ୍ତୁତି ନେଇ ଓଡ଼ିଶା ସରକାର ଏବଂ ବେସାମରିକ ବିମାନ ଉଡ଼ାଣ  ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଆଗକୁ ବସିବାକୁ ଯାଉଛି । ଏହାପରେ ଏଏଆଇର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଚିହ୍ନଟ ଜାଗା ପରିଦର୍ଶନରେ ଯିବେ ବୋଲି ଆଧିକାରୀକ ସୁତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking