29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୩୪ ରୁ ୧୮ପ୍ରଦେଶ ତାଲିବାନ୍ କବ୍‌ଜାରେ

୩୪ ରୁ ୧୮ପ୍ରଦେଶ ତାଲିବାନ୍ କବ୍‌ଜାରେ

କାବୁଲ୍‌: ତାଲିବାନ୍ ଇତିମଧ୍ୟରେ ଦେଶର ୩୪ ମଧ୍ୟରୁ ୧୮ଟି ପ୍ରଦେଶ ଉପରେ କବ୍‌ଜା କରିସାରିଲାଣି । ଗୁରୁବାର ଦେଶର ଦୁଇଟି ବଡ଼ ସହର ହେରାତ୍ ଓ କାନ୍ଦାହାର ଉପରେ କବ୍‌ଜା କରିବାର କିଛି ଘଣ୍ଟା ମଧ୍ୟରେ ତାଲିବାନ ଶୁକ୍ରବାର ଆଉ ୬ଟି ସହର କଲତ, ତରନକୋଟ, ପୁଲ୍‌-ଏ-ଆଲମ୍‌, ଫିରୋଜ କୋହ, କଲା-ଏ-ନୌ ଏବଂ ଲଶ୍କର ଗାହ ଉପରେ କବ୍‌ଜା ଜମାଇଛି । ଏହି ଆତଙ୍କୀ ସଂଗଠନ ବର୍ତ୍ତମାନ ସୁଦ୍ଧା କାନ୍ଦାହାର, ଲୋଗାର, ହେରାତ୍‌, ଗଜ୍‌ନୀ, କୁନ୍ଦୁଜ୍‌, ତରକହର, ବଦଖ୍‌ଶନ୍‌, ସମନଗନ୍‌, ନିମରୁଜ୍‌, ଫରାହ, ଜବ୍‌ଜଜାନ୍‌, ବଗଲାନ୍ ଓ ସର-ଏ-ପୁଲ୍ ପ୍ରଦେଶ ତାଲିବାନ କବ୍‌ଜାକୁ ଚାଲିଯାଇଥିବା ବେଳେ ଦେଶର ବଡ଼ ସହର ଭାବେ ମଜାର-ଏ-ଶରିଫ୍ ଓ କାବୁଲ୍ ବାକି ରହିଛି ।

ଅନ୍ୟପକ୍ଷରେ ଆଫଗାନିସ୍ତାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ଗୁରୁବାର ପୁଣିଥରେ ଆଡ୍‌ଭାଇଜରୀ ଜାରି କରିଛି । ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ଭରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବାକୁ ଏଥିରେ କୁହାଯାଇଛି । ଏହା ସହିତ ନ୍ୟୁଜ୍ କଭରେଜ୍ ପାଇଁ ଆସିଥିବା ଭାରତୀୟ ସାମ୍ବାଦିକଙ୍କ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହା ପୂର୍ବରୁ ଭାରତୀୟ ଦୂତାବାସ ପକ୍ଷରୁ ଜୁନ୍ ୨୯, ଜୁଲାଇ ୨୪ ଓ ଅଗଷ୍ଟ ୧୦ ତାରିଖରେ ମଧ୍ୟ ଆଡ୍‌ଭାଇଜରୀ ଜାରି କରାଯାଇଥିଲା । କାବୁଲ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଗୁରୁବାର କୁହାଯାଇଥିଲା ଯେ ତାଲିବାନ କବ୍‌ଜାରେ ଥିବା ଅଞ୍ଚଳ,ରୁ ୩ଜଣ ଭାରତୀୟ ଇଞ୍ଜିନିୟର୍‌ଙ୍କୁ ଏୟାର୍ ଲିଫ୍‌ଟ କରାଯାଇଛି । ଭାରତ ଆଫଗାନିସ୍ତାନରେ ଶାନ୍ତି ଚାହେଁ ବୋଲି କହିଛି ।

କାବୁଲ୍‌ରେ ଭାରତୀୟ ଦୂତାବାସ ବନ୍ଦ କରାଯିବ ନାହିଁ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ୍ ବାଗ୍‌ଚୀ ସୂଚନା ଦେଇଛନ୍ତି । ଏହା ସହିତ ସ୍ଥିତି ଉପରେ ଭାରତ ପକ୍ଷରୁ ତୀକ୍ଷ୍‌ଣ ନଗର ରଖାଯାଇଛି ବୋଲି ସେ କହିଛନ୍ତି । ଆଫଗାନିସ୍ତାନରେ ତାଲିବାନର କବ୍‌ଜା ଏତେ ମଜଭୁତ ହୋଇଛି ଯେ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାକୁ ମଧ୍ୟ ତାଲିବାନ ସହ କଥାବାର୍ତ୍ତା କରିବାକୁ ପଡ଼ିଛି । ଆମେରିକା ଭାବିଥିବା କାବୁଲ୍ ଉପରେ କବ୍‌ଜା ପାଇଁ ତାଲିବାନକୁ ୯୦ ଦିନ ସମୟ ଲାଗିଯିବ । ଏହା ମଧ୍ୟରେ ଆମେରିକା ନିଜ ନାଗରିକ ଓ ଅଧିକାରୀଙ୍କୁ ଦେଶରୁ ବାହାର କରିନେ । ମାତ୍ର ଆମରିକାର ଏହି ଅନୁମନା ଭୁଲ ସାବ୍ୟସ୍ତ ହୋଇଛି ।

ଫଳରେ ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ ନିଜ ନାଗରିକମାନଙ୍କୁ କହିଛି । ସୂତ୍ର ଅନୁସାରେ, କାବୁଲ୍ କବ୍‌ଜା ପରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ନକରିବାକୁ ଆମେରିକୀୟ ବାର୍ତ୍ତାକାର ତାଲିବାନକୁ କହିଛନ୍ତି । ଏହା ସହିତ ଆମେରିକୀୟ ନାଗରିକ ଓ ଦୂତାବାସର ଅଧିକାରୀଙ୍କର କୌଣସି କ୍ଷତି ନକରିବାକୁ ମଧ୍ୟ କହିଛନ୍ତି । ତାଲିବାନ ସହିତ ଆମେରିକାର ମୁଖ୍ୟ ଦୂତ ଜାଲ୍ମୟ ଖଲିଲଜାଦ୍‌ଙ୍କ ନେତୃତ୍ୱରେ ତାଲିବାନ ସହ ଏହି କଥାବାର୍ତ୍ତା ଚାଲିଛି । ସେହିପରି ନିଜ ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କୁ ଶରଣ ନଦେବାକୁ ଆମେରିକା ପାକିସ୍ତାନକୁ ସତର୍କ କରାଇ ଦେଇଛି । ଏହା ସହିତ ଆଫଗାନ ସୀମାରେ ତାଲିବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛି । ଏହା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ଆଫଗାନିସ୍ତାନ ବିପକ୍ଷ ଲଢ଼େଇରେ ଆମେରିକା ଆମକୁ କେବଳ ବ୍ୟବହାର କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking