ଇମ୍ଫାଲ : ମଣିପୁରରେ ଥମୁନି ହିଂସା । ରାଜ୍ୟରେ ହିଂସା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଶାସନ ଉତ୍ତେଜନା ପରିସ୍ଥିତିକୁ ଟାଳିବାକୁ ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରିଥିବାବେଳେ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି । ଏହା ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ପାଇଁ ଛୁଟି ଘୋଷଣା କରାଯାଇଛି । ମଣିପୁର ହିଂସାରେ ସପ୍ତାହକ ମଧ୍ୟରେ ଏଯାବତ ୧୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସିରିବାମ ଜିଲ୍ଲାରେ ୬ ଜଣଙ୍କର ପ୍ରାଣ ହାନୀ ଘଟିଲାଣି । ସେହିପରି ୨୦ରୁ ଅଧିକ ଲୋକ ଆହତ ହେଲେଣି । ଏହାକୁ ଦୃଷ୍ଟିରେ ରଖି ୩ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରିଥିବାବେଳେ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି । ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ ଏବଂ ଥୌବାଲରେ କର୍ଫ୍ୟୁ ବଳବତ୍ତର ରହିଛି । ସେହିପରି ପୂର୍ବ ଇମ୍ଫାଲ, ପଶ୍ଚିମ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ କାକଚିରେ ଇଣ୍ଟରନେଟ୍ ସେବା ୫ ଦିନ ଯାଏ ବନ୍ଦ ରଖାଯାଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ କଲେଜକୁ ପାଇଁ ସେପ୍ଟେମ୍ବର ୧୨ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ୨ ହଜାର ସିଆରପିଏଫ ସୁରକ୍ଷା ବଳ ନିୟୋଜିତ କରାଯାଇଛି । ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଅଧିକ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ଗୁଜବ ନ ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅପିଲ କରାଯାଉଛି ।