ଭୁବନେଶ୍ୱର: ଚଳିତ ବର୍ଷ ଅସହ୍ୟ ଖରା ସମସ୍ତଙ୍କୁ କଲବଲ କଲାଣି । ପ୍ରଚଣ୍ଡ ରୌଦ୍ର୍ୟ ତାପରେ ଆଉଟୁପାଉଟୁ ଲୋକେ । ୧୧ଟାରୁ ୧୨ଟା ହେଲେ ରାସ୍ତାଘାଟ ହୋଇଯାଉଛି ଶୂନଶାନ । ଏହା ଭିତର ରେ ସମସ୍ତ ଲୋକେ ପାଣି ଟିକିଏ ପାଇଁ ଆତୁର ହେଉଛନ୍ତି । ଏପରି ସ୍ଥିତିରେ ଲୋକଙ୍କୁ ଅଂଶୁଘାତ ସଚେତନତା ସହ ପାନୀୟ ଜଳ ଯୋଗାଣ, ଓଆରଏସ ଆଦି ଦେଇ ଅଧିକ ଖରାରେ ଘରୁ ନ ବାହାରିବା ଅତ୍ୟାବଶ୍ୟକ ସମୟରେ ଘରୁ ବାହାରିଲେ ସାଙ୍ଗରେ ପାଣି , ଛତା, ଜୋତା ପରିଧାନ କରି ବାହାରିବା । ଶରୀରର ଜଳୀୟ ଅଂଶକୁ ସ୍ଥିର ରଖିବା ଏହି ବିଷୟରେ ବୁଝାଇଛନ୍ତି ସ୍ୱେଚ୍ଛା ସେବକମାନେ ସେମାନଙ୍କ ଲକ୍ଷ ଅନ୍ୟମାନେ ବି ଏପରି ଆଗେଇ ଆସି ଲୋକଙ୍କ ସେବାରେ ନିୟୋଜିତ ହେବା ସହ ଅଂଶୁଘାତ ସଚେତନତା କରିଲେ ଲୋକଙ୍କ ଧନ୍ୟଜୀବନ ବଞ୍ଚିପାରିବ ।










