28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକାବୁଲ୍ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ଆକ୍ରମଣ , ୨୫ ମୃତ

କାବୁଲ୍ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ଆକ୍ରମଣ , ୨୫ ମୃତ

କାବୁଲ : ଆଫଗାନିସ୍ତାନର କାବୁଲ୍ ବିଶ୍ୱବିଦ୍ୟାଳୟରେ ସୋମବାର ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏହି ଘଟଣାରେ ୨୫ଜଣ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଆଫଗାନିସ୍ତାନ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ଘଟଣାସ୍ଥଳରେ ହିଁ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣ ସମୟରେ କାବୁଲ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପୁସ୍ତକ ପ୍ରଦର୍ଶନୀ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking