ରୋଗୀ ମୃତ୍ୟୁକୁ ନେଇ ହସପିଟାଲରେ ତୁମୁଳ କାଣ୍ଡ

ମୟୁରଭଞ୍ଜ : ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲରେ ସୋମବାର ଜଣେ ଥାଲାସେମିୟା ରୋଗର ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ପ୍ରଥମେ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା । ପରିବାର ପକ୍ଷରୁ ଡିୟୁଟିରେ ଥିବା କର୍ମଚାରୀଙ୍କ ପକ୍ଷରୁ ଚିକିତ୍ସା ଅବହେଳା ଦାବି କରି ପରିବାର ଲୋକେ ମୃତ ଶରୀରକୁ ନେଇ ହସପିଟାଲ ଗେଟ୍ ସମ୍ମୁଖରେ ରଖି ଧାରଣାରେ ବସିଥିଲେ । ଦାବିଥିଲା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ । ଧିରେଧିରେ ଲୋକଙ୍କ ଭିଡ ବଢ଼ିବାରେ ଲାଗିଲା । ଆଉ ମୃତକ ପରିବାରକୁ ସାହାଯ୍ୟ କରିବାକୁ ଜିଲ୍ଲା କଂଗ୍ରେସ ଦଳର କର୍ମୀମାନେ ମଧ୍ୟ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାର ପକ୍ଷରୁ ମୃତ୍ୟୁ ସମୟରେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସଙ୍କୁ ଡାକିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ହସପିଟାଲ ସୁପରିଟେଣ୍ଡେଟ୍ ଡାକ୍ତର ବି.ଏନ୍. ମହାପାତ୍ର ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ କହିଥିବା ବେଳେ କିଛି ଉତ୍ୟକ୍ତ ଜନତା ଟଣାଓଟରା କରିବା ଭଳି ଦୃଶ୍ୟ ଦେଖାଯାଇଥିଲା । ବାରିପଦା ଟାଉନ ପୋଲିସ ସହ ଏସ୍.ଡି.ପି.ଓ. କେ.କେ.ହରିପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ରେଡକ୍ରସ ପକ୍ଷରୁ ଅନୁକମ୍ପା ମୁଳକ ୧୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନା ରେ ୨ହଜାର ଟଙ୍କା ମୃତକ ପରିବାର କୁ ଦେବାସହ ୧୫ଦିନ ଭିତରେ ତଦନ୍ତ କରି ମୃତ୍ୟୁ ର ସ୍ପଷ୍ଟୀକରଣ ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପରିଟେଣ୍ଡେଟ୍ ଡାକ୍ତର ବି. ଏନ୍. ମହାପାତ୍ର କହିଛନ୍ତି । ଏହାପରେ ସବୁକିଛିର ସମାଧାନ ହୋବାପରେ ମୃତକଙ୍କ ପୋଷ୍ଟମୋଟାମ ନିମନ୍ତେ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here