ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସ (ନଭେମ୍ବର ୩)ଠାରୁ ଆଗୁଆ ମତଦାନ କରାଯାଇଛି। ଭିଡ଼ରୁ ବର୍ତ୍ତିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି। ନିର୍ବାଚନ ଦିବସର ଏକ ସପ୍ତାହ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ‘ଆର୍ଲି ଭୋଟିଂ’ କରି ସାରିଛନ୍ତି। ଏମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍‌ ମାଧ୍ୟମରେ ମତଦାନ କରିଛନ୍ତି। ମତଦାନ ଶେଷ ହେବା ପରେପରେ ଭୋଟ ଗଣତି କରାଯିବ । ସରକାରୀ ଭାବେ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here