31.1 C
Bhubaneswar
Monday, May 20, 2024
Homeଅପରାଧଭୟଙ୍କର ପ୍ରେମିକ! ଜେଲ୍‌ରୁ ବାହାରି ହାଣିଲା ପ୍ରେମିକାର ବାପା-ଭାଇଙ୍କୁ

ଭୟଙ୍କର ପ୍ରେମିକ! ଜେଲ୍‌ରୁ ବାହାରି ହାଣିଲା ପ୍ରେମିକାର ବାପା-ଭାଇଙ୍କୁ

ଭୋପାଳ: ଏକତରଫା ପ୍ରେମ ପାଇଁ ପ୍ରେମିକାର ବାପା ଭାଇଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରର ସିଭିଲ ଲାଇନ୍ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି । ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ପସ୍କୋ ଆକ୍ଟରେ ଗିରଫ ହୋଇଥିବା ଅଭିଯୁକ୍ତ ଘଟାଇଛି ଜଘନ୍ୟ କାଣ୍ଡ । ଅଭିଯୁକ୍ତଜଣକ ଜେଲ୍‌ରୁ ଫେରିବା ପରେ ନାବାଳିକାର ପିତା ଓ ୮ ବର୍ଷୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜରେ ଭର୍ତ୍ତି କରି ନାବାଳିକାକୁ ଅପହରଣ କରି ଫେରାର ହୋଇଯାଇଛି । ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ମିଲେନିୟମ କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ । ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ । ଏନେଇ ରାଜକୁମାରଙ୍କ ଅଭିଯୋଗ ଆଧାରରର ପୋଲିସ ମୁକୁଳ ସିଂଙ୍କୁ ପସ୍କୋ ଆକ୍ଟରେ ଗିରଫ କରିଥିଲା । ମାତ୍ର ସେ ଜେଲ୍‌ରୁ ମୁକୁଳିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ।

ଘଟଣା ଦିନ ମୁକୁଳ ସିଂହ, ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ପିଲାଟିକୁ ହତ୍ୟା କରିବା ପରେ ମୁକୁଳ ସିଂ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା । ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା । ଏହାପରେ ନାବାଳିକାଙ୍କ ଫୋନ୍‌ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ଖବର ପାଇ ପୋଲିସ ପହଞ୍ଚି ଘରୁ ବାପପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ନାବାଳିକାର ସନ୍ଧାନ ଆରମ୍ଭ କରିଛି । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking