32.1 C
Bhubaneswar
Thursday, May 14, 2026
Homeଦେଶ ବିଦେଶମନ୍ଦିର ସେବକଙ୍କୁ ପିଟି ପିଟି ହତ୍ୟା

ମନ୍ଦିର ସେବକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।   ଶୁକ୍ରବାର (୨୯ ଅଗଷ୍ଟ) ରାତି ପ୍ରାୟ ୯.୩୦ ସମୟରେ ଭକ୍ତମାନେ ଜଣେ ମନ୍ଦିର ସେବକଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସୁଚନା ଅନୁଯାୟୀ, ଚୁନି-ପ୍ରସାଦ ନ ପାଇବାରୁ ଭକ୍ତମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। କ୍ରୋଧରେ ଲୋକମାନେ ସେବକଙ୍କୁ ଏତେ ପିଟିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଗଲା।ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ମାତ୍ରେ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅତୁଲ ପାଣ୍ଡେଙ୍କୁ ଗିରଫ କରିଛି। କାଲକାଜି ପୋଲିସ ଷ୍ଟେସନରେ ହତ୍ୟା ମାମଲା ରୁଜୁ କରାଯାଇଛି। ଏବେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଘଟଣା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking