23.1 C
Bhubaneswar
Monday, May 13, 2024
Homeଓଡିଶାଅସହ୍ୟ ତାତି : ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଅସହ୍ୟ ତାତି : ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ବାହାରକୁ ବାହାରିବା ସହଜ ହେଉନାହିଁ । ଟାଣ ଖରା ଯୋଗୁଁ ଲୋକେ ଜରୁରୀ କାମ ନଥିଲେ ବାହାରକୁ ଯାଉନାହାନ୍ତି । ମଧ୍ୟାହ୍ନ ସମୟରେ ସହରାଞ୍ଚଳର ରାସ୍ତାଗୁଡ଼ିକ ଖାଲିଖାଲି ଲାଗୁଛି । ରାସ୍ତାକଡ଼ରେ ଥିବା ବଡ଼ବଡ଼ ଗଛ ତଳେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଆଜି ବୌଦ୍ଧରେ ୪୪.୫ ଡିଗିି ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯ।।ଇଛି ।

ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୭ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ୱରେ ରହିଛି । ସେହିଭଳିି ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଥିବ।। ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି । ଆଜି ବଲାଙ୍ଗୀରରେ ୪୩.୮ ଡ଼ିଗ୍ରି, ସୋନପୁରରେ ୪୩.୬ ଡ଼ିଗ୍ରି ଏବଂ ଟିଟଲାଗଡରେ ୪୩.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରି ଦେଇଛନ୍ତି । ତେବେ ପିଲାଙ୍କ ପରୀକ୍ଷା ଯେମିତି ଚାଲିବା କଥା ସେମିତି ଚାଲିବ । ଜାରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking