ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜି ସାଢ଼େ ୮ଟା ସୁଦ୍ଧା ପାରଦ ୩୫ ଡିଗ୍ରୀ ଛୁଇଁଛି। ତାଳଚେର ସବୁଠୁ ଉତ୍ତପ୍ତ ସହ ପାଲଟିଛି। ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ଭବାନୀପାଟଣା ୩୪.୫ଡିଗ୍ରୀ, ଟିଟିଲାଗଡ଼ ୩୩.୪ଡିଗ୍ରୀ, ଝାରସୁଗୁଡ଼ା ୩୩ ଡିଗ୍ରୀ, ବାରିପଦା ୩୩, ବାଲେଶ୍ୱର ୩୨.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଟାଣ ଖରା ପାଇଁ ଆଜି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ସେହି ସ୍ଥାନ ଗୁଡ଼ିକ ହେଲା ମୟୂରଭଂଜ, ଅନୁଗୋଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲାକୁ ସିଭିଅର ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।