37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଆସିଲା ଟେଲିଗ୍ରାମର ନୂଆ ଫିଚର

ଆସିଲା ଟେଲିଗ୍ରାମର ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟସଆପର ନୂଆ ପଲିସି କାରଣ ପାଇଁ ଏବେ ବ୍ୟବହାରକାରୀ ଅନ୍ୟ ଇନଷ୍ଟାଣ୍ଟ ମେସେଜିଂ ଆପକୁ ଯିବାକୁ ପସନ୍ଦ କରୁଛନ୍ତି । ଏହାରି ଭିତରେ ହ୍ୱାଟସଆପକୁ ଟକ୍କର ଦେବା ପାଇଁ ଏବଂ ଉପଭୋକ୍ତାଙ୍କୁ ପ୍ରଲୋଭିତ କରିବା ପାଇଁ ମେସେଜିଂ ସର୍ଭିସ ଟେଲିଗ୍ରାମ ଏକ ଖାସ ଓ ୟୁନିକ ଫିଚର ଆଣିଛି । ଯାହାଦ୍ୱାରା ବ୍ୟବହାରକାରୀ ନିଜ ହ୍ୱାଟସଆପ କିମ୍ବା ଅନ୍ୟ ଆପ୍ସର ଚାଟ୍ସକୁ ଟେଲିଗ୍ରାମରେ ଟ୍ରାନ୍ସଫର କରିପାରିବେ । ତେବେ ଏହି ଫିଚର ବ୍ୟବହାରକାରୀଙ୍କ ପାଇଁ ବେଶ ଉପଯୋଗୀ ହେବ । ତାହେଲେ ଚାଲନ୍ତୁ ଜାଣିବା ଟେଲିଗ୍ରାମର ସେହି ଫିଚରଗୁଡିକ ବିଷୟରେ..
ଟେଲିଗ୍ରାମ ନିଜ ବ୍ଲଗ ମାଧ୍ୟମରେ ନୂଆ ଫିଚର ବିଷୟରେ ଘୋଷଣା କରି ଏହାର ବ୍ୟବହାର ବିଷୟରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି । କମ୍ପାନୀ କହିଛି ଯେ, ଅଧିକ ଗୋପନୀୟତା ଓ ସ୍ୱତନ୍ତ୍ରତା ସହିତ ଚଳିତ ବର୍ଷ ଜାନୁୟାରୀରେ ଟେଲିଗ୍ରାମ ଉପଭୋକ୍ତାଙ୍କ ସଂଖ୍ୟା ୧୦୦ ମିଲିୟନରୁ ଅଧିକ ହୋଇଛନ୍ତି ।
କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଚ୍ୟାଟ୍ସ ଟ୍ରାନ୍ସଫରର ସୁବିଧା ଆଇଓଏସ ଓ ଆଣ୍ଡ୍ରଏଡ ଉଭୟ ବ୍ୟବହାରକାରୀଙ୍କ ପାଇଁ ଲଂଚ୍ ହୋଇଛି ।
ଆଇଓଏସ ବ୍ୟବହାରକାରୀଙ୍କୁ ନିଜ ହ୍ୱାଟସଆପ କନେକ୍ଟ ଇନଫୋ ଓ ଗ୍ରୁପ ଇନଫୋକୁ ଯିବାକୁ ପଡିବ । ପରେ ଏକ୍ସପୋର୍ଟ ଚାଟ ଉପରେ କ୍ଲିକ କରି ଟେଲିଗ୍ରାମକୁ ଯାଆନ୍ତୁ ।
୍ଣସହିଭଳି ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ହ୍ୱାଟସଆପ ଚାଟରେ ମୋର୍ ଓ ପରେ ଏକ୍ସପୋର୍ଟ ଚାଟକୁ ଯାଇ ଟେଲିଗ୍ରାମ ଉପରେ କ୍ଲିକ କରନ୍ତୁ । ଏହି ପ୍ରୋସେସ ପରେ ଆପଣଙ୍କ ହ୍ୱାଟସଆପ ଚାଟ ଓ ସେହି ଦିନ ଟେଲିଗ୍ରାମକୁ ଟ୍ରାନ୍ସଫର ହୋଇଯିବ । ଟେଲିଗ୍ରାମ ଏହା ମଧ୍ୟ ଆହୁରି କହିଛି ଯେ, ଚାଟ୍ସ ଟ୍ରାନ୍ସଫର କରିବା ପରେ ମିଡିଆ କିମ୍ବା ଚାଟ୍ସ ଏକ୍ସଟ୍ରା ସ୍ପେସ ନେବ ନାହିଁ । ଅନ୍ୟ କିଛି ଫିଚର୍ସ ବି କମ୍ପାନୀ ଆଡ୍ କରିଛି । ଯେଉଁଥିରେ ଭଏସ ଚାଟ୍ କୁ ପୂର୍ବ ତୁଳନାରେ ଅନେକ ଉନ୍ନତଧରଣର କରାଯାଇଛି । ଆଉ ଗ୍ରାହକ ଉତ୍ତମଧରଣ ଓ ଫାଷ୍ଟ ଅଡିଓ କ୍ୱାଲିଟିର ମଜା ବି ନେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking