ଫୁଲବାଣୀ:୨୦୧୭ ମସିହା ଠାରୁ ଟାୱାର ପାଇଁ ଦାବି କରି ଆସୁଛନ୍ତି । ସବୁବେଳେ ପ୍ରତିଶୃତି ମିଳିଛି କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନଥିବା ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ ବାଧ୍ୟ ହୋଇ ପାହାଡ଼ ଉପରେ ଚାଲିଛି ୟୁଟୁବ୍ ମାଧ୍ୟମରେ ଶିକ୍ଷାଦାନ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ-ଗଜପତି-ରାଗୟଡ଼ା ଜିଲାର ସୀମାନ୍ତରେ ଅବସ୍ଥିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ସରାମୂଳି ପଞ୍ଚାୟତର ମାର୍ଦିପଙ୍କା ଗ୍ରାମରେ । ପ୍ରଥମ କରୋନା ଲହରି ସମୟରେ ରାଜ୍ୟ ସରକାର ଯେଉଁ ଅନ୍ଲାଇନ୍ ଶିକ୍ଷା ଆରମ୍ଭ କରିଥିଲେ ସେଥିପାଇଁ ସେହି ସମୟରେ ମଧ୍ୟ ଗ୍ରାମର ଛାତ୍ରଛାତ୍ରୀମାନେ ପାହାଡ଼ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ୟୁଟୁବ୍ ଶିକ୍ଷା ବ୍ୟବସ୍ଥା କରିଛନ୍ତି ସେଥି ପାଇଁ ମଧ୍ୟ ସେହି ପାହାଡ଼ ପାଲଟିଛି ସାହା ଭରସା ।
ବାରମ୍ବାର ଦାବିପରେ ଗତ ୨ ବର୍ଷ ତଳେ ପଞ୍ଚାୟତର ସଦରମହକୁମା ସରାମୂଳି ଠାରେ ବିଏସ୍ଏନ୍ଏଲ୍ ର ଏକ ଟାୱାର ନିର୍ମାଣ କରାଯାଇଛି । କିନ୍ତୁ ତାହା ୨ କିଲୋମିଟର ମଧ୍ୟରେ ଟାୱାର ଆସୁଥିବା ଯୋଗୁଁ ଅନ୍ୟ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ତିନୋଟି ଜିଲାର ସୀମାନ୍ତରେ ଅବସ୍ଥିତ ତଥା କନ୍ଧମାଳ ଜିଲାର ଶେଷ ଗାଁ ଭାବେ ପରିଚିତ ମାର୍ଦିପଙ୍କା ସମେତ ସାକୁଟି , ବୁରୁସୁଲା , ତରଗାବାଲି , ଭିଙ୍ଗୁରିଗୁଡ଼ା ଭଳି ଅନେକ ଗ୍ରାମକୁ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ନେଟ୍ୱାର୍କ ପହଞ୍ଚି ନଥିବାରୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୀମାନ୍ତରେ ଥିବା ଏହି ସବୁ ଗ୍ରାମ ମାନଙ୍କରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଗ୍ରମାବାସୀ ବସବାସ କରିଥାନ୍ତି । ।ଏହି ସବୁ ଗ୍ରାମ ସୀମାନ୍ତରେ ଅବସ୍ଥିତ ଏହି ଗ୍ରାମରେ ଟାୱାର ନିର୍ମାଣ ପାଇଁ ଗତ ୨୦୧୭ ମସିହାଠାରୁ ଗ୍ରାମବାସୀ ମାନେ ଦାବି କରି ଆସୁଛନ୍ତି । ସରପଞ୍ଚଙ୍କ ଠାର ଆରମ୍ଭ କରି ବ୍ଲକ ବି.ଡ଼ି.ଓ ଏବଂ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ସବୁ ସ୍ତରରେ ମଳିିଛି ପ୍ରତିଶୃତି । ଏପରିକି ଟାୱାର ପାଇଁ ଗତ ୨୦୧୯ ମସିହାରେ ମାର୍ଦିପଙ୍କା ଗ୍ରାମର ଏକ ସର୍ଭେ ମଧ୍ୟ କରାଯାଇଥିଲା ତାହା ମଧ୍ୟ ସେତିକିରେ ଅଟକି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ କରୋନା କାରଣ ଯୋଗୁଁ ସମଗ୍ର ରାଜ୍ୟରେ ବିଦ୍ୟାଳୟ ବନ୍ଦଥିବା ବେଳେ ରାଜ୍ୟ ସରକାର ଯେଉଁ ଅଭିନବ ଉପାୟରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି ତାହା ଏହି ସବୁ ଗ୍ରାମର ବାସବାସ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାତ ସପନ ପାଲଟିଛି । ତେବେ ସବୁଠାରୁ ଗୁରୁତ୍ୱର ବିଷୟ ଏହି ସବୁ ଗ୍ରାମରରେ ବାସବାସ କରୁଥିବା ବହୁ ଛାତ୍ରଛାତ୍ରୀ ଜିଲା ବାହାରେ ବିଭିନ୍ନ ବଡ଼ ବଡ଼ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଶିକ୍ଷା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ପଡ଼ି ବିଭିନ୍ନ ଶିକ୍ଷାଦାନ ପାଇଁ ସେମାନେ ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ଦୂର ଏକ ପାହାଡ଼ରେ ଚଢୁବାକୁ ବାଧ୍ୟ ହେଉଛନ୍ତି । ଉକ୍ତ ପାହାଡ଼କୁ ଗଜପତି ଜିଲାର ଚନ୍ଦ୍ରପୁର ବ୍ଳକର ବିିଭିନ୍ନ ନେଟଓର୍କ ଆସୁଥିବା ଯୋଗୁଁ ତାହାରି ଭରସାରେ ପାହାଡ଼ ଚଢି ଶିକ୍ଷାଦାନ କରୁଥିବାର ଦେଖାଯାଇଛି ।