26.1 C
Bhubaneswar
Friday, March 29, 2024
Homeଅପରାଧବ୍ରାଉନ ସୁଗର ଚାଲାଣ : ପୋଲିସ ପଞ୍ଝାରେ ନାବାଳକ 

ବ୍ରାଉନ ସୁଗର ଚାଲାଣ : ପୋଲିସ ପଞ୍ଝାରେ ନାବାଳକ 

ସମ୍ବଲପୁର : ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ପରେ ଏବେ ପଶ୍ଚିମ ଓଡ଼ିଶାରେ ବେଆଇନ୍ ଉତ୍କଟନିଶା ବ୍ରାଉନସୁଗରର ଚାହିଦା ବଢିବାରେ ଲାଗିଛି । ଗତ କିଛି ମାସ ମଧ୍ୟରେ ସମ୍ବଲପୁର ଜିଲ୍ଲା ପୋଲିସ ଥରକୁଥର ଏହି ବେଆଇନ ବ୍ରାଉନ ସୁଗର ଚାଲାଣ ଉପରେ ଚଢାଉ କରି ବେଶ୍ ସଫଳତା ହାତେଇ ଚାଲିଛି । ଗତକାଲି ଚାଉରପୁର ବ୍ରିଜ୍ ନିକଟରେ ଟାଉନଥାନା ପୋଲିସ ଏକ ନାଲି ରଙ୍ଗର ସ୍କୁଟି (ଓଡି୧୪-ୟୁ-୦୧୬୨)କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗାଡିରୁ ୮.୮୫୦ ମିଲିଗ୍ରାମ୍ ବ୍ରାଉନ ସୁଗର ଜବତ କରିବା ସହ ତିନି ଅଭିଯୁକ୍ତକୁ ଧରି ଥାନାକୁ ନେଇଥିଲା । ସେମାନଙ୍କ ପରିଚୟ ଓ ଏହି ବ୍ରାଉନସୁଗର କେଉଁଠୁ ଆଣିଥିବା ନେଇ ଜେରା କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଅଧିନ ମହତାବ ରୋଡର ରସିଦ୍ ଖାଁ (୨୦) ଓ ଅନ୍ୟଜଣକ ସ୍ଥାନୀୟ ସାକ୍ଷୀପଡା ଅଞ୍ଚଳର ସିପୁନ୍ ରଣା (୨୨) ବୋଲି ଜଣାପଡିଛି । ତେବେ ଏହି ବ୍ରାଉନ ସୁଗର ରାଉରକେଲାରୁ ଆସୁଥିବା ଓ ବିଶେଷ ଭାବରେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଇ ବିକ୍ରି କରାଯାଉଥିବା କୁହାଯାଉଛି । ସେହିପରି ବେଆଇନ ବ୍ରାଉନସୁଗର ବିକ୍ରି ଓ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଚାଲାଣ କାର୍ଯ୍ୟରେ ମାତ୍ରାଧିକ ମୁନାଫା ମିଳୁଥିବା ଯୋଗୁଁ ଅର୍ଥ ରୋଜଗାର ଲୋଭରେ ବହୁ ନାବାଳକ ସାମିଲ ହେଉଥିବା କୁହାଯାଉଛି । ଅପରପକ୍ଷେ ବ୍ରାଉନସୁଗର ଚାଲାଣ କ୍ଷେତ୍ରରେ ପୋଲିସ ଯାଞ୍ଚକୁ ଏଡାଇବା ଲକ୍ଷ୍ୟରେ ମୁଖ୍ୟ କାର୍ପେଟଦାର ନାବଳମାନଙ୍କୁ ନିୟୋଜିତ କରୁଥିବା ମଧ୍ୟ କୁହାଯାଉଛି । ତେବେ ପୋଲିସ ନାବାଳକ ଅଭିଯୁକ୍ତକୁ ବାଳସୁଧାର ଗୃହକୁ ପଠାଇବା ସହ ସେମାନଙ୍କ ଠାରୁ ବ୍ରାଉନସୁଗର ସହ ତିନୋଟି ମୋବାଇଲ, ଏହି କାର୍ଯ୍ୟରେ ନିୟୋଜିତ ସ୍କୁଟିକୁ ଜବତ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking