34.1 C
Bhubaneswar
Friday, March 29, 2024
Homeଓଡିଶା୩ ବର୍ଷ ନ ପୁରୁଣୁ ଭୁଶୁଡି ପଡିଲା ପୋଲ : ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ

୩ ବର୍ଷ ନ ପୁରୁଣୁ ଭୁଶୁଡି ପଡିଲା ପୋଲ : ବର୍ଷା ହେଲେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : 3 ବର୍ଷ ନ ପୁରୁଣୁ ଭୁସୁଡି ପଡିଲା ପୋଲ । ଦଶ ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବନଗୁଡା ଗ୍ରାମରେ । ଗତ ୨୦୧୮ ମସିହା ଏପ୍ରିଲ ୬ ତାରିଖରେ ପୋଲ କାମ ଆରମ୍ଭ ହୋଇ ଗତ ୨୦୧୮ ମସିହା ଡିସେମ୍ବର ୨୪ ତାରିଖରେ ଶେଷ ହୋଇଥିଲା । ପୋଲ କାମ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ବହୁତ ଖୁସି ହୋଇଥିଲେ । ଯୋଗାଯୋଗ ସୁବିଧା ହେବ , ଆମ୍ବୁଲାନ୍ସ ଗାଁ’ରେ ପହଁଚିବ ଏବଂ ଅନ୍ୟାନ୍ୟ ଗାଡି ମୋଟର ସୁବିଧାରେ ପହଁଚି ପାରିବ ବୋଲି ଅନେକ ସପ୍ନ ଦେଖୁଥିଲେ ଗ୍ରାମବାସୀ । କିନ୍ତୁ ତାହା ସ୍ୱପ୍ନରେ ହିଁ ରହିଗଲା । କିନ୍ତୁ ୩ ବର୍ଷ ନ ଯାଉଣୁ ଭୁଶୁଡି ପଡିଲା ପୋଲ । ସେହି ଦିନ ଠାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୁଇ ବର୍ଷରୁ ଉଦ୍ଦ୍ୱର୍ ହେଲା ତିଆରି କରିବାର ନା ଧରୁ ନାହିଁ ପ୍ରଶାସନ । ଖରା ଦିନରେ ଗ୍ରାମବାସୀମାନେ କଷ୍ଟେ ମଷ୍ଟେ ଯିବା ଆସିବା କରୁଛନ୍ତି । କିନ୍ତୁ ବର୍ଷା ଦିନରେ ଯିବା ଆସିବା ବନ୍ଦ ହୋଇଯାଏ । ସେହି ରାସ୍ତା ଦେଇ ଦଶ ଖଣ୍ଡ ଗ୍ରାମର ଲୋକେ ଯିବା ଆସିବା କରିଥାନ୍ତି । ଗାଁକୁ ଆସିପାରୁ ନାହିଁ ଆମ୍ବୁଲାନ୍ସ ଗର୍ଭବତୀ ମହିଳା କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଲେ ଗାଁ ଲୋକେ ରୋଗୀକୁ ଟେକି ଟେକି ନଦୀ ପାର କରିବାକୁ ପଡିଥାଏ ବୋଲି ଗାଁ ଲୋକେ କହିଛନ୍ତି । ତେବେ ବାଧ୍ୟ ହୋଇ ବର୍ଷା ଦିନେ ଗ୍ରାମବାସୀମାନେ ଅତ୍ୟନ୍ତ ଜରୂରୀ କାର୍ଯ୍ୟ ପାଇଁ ବିପଦସଙ୍କୁଳ ଅବସ୍ଥାରେ ପାର ହୋଇଥାନ୍ତି । ଏ ନେଇ ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ଦୁଷ୍ଟି ଆକର୍ଷଣ କରିବା ପରେ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ପୋଲ କାମ ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ । ତୁରନ୍ତ ପୋଲ ତିଆରି କରାନଗଲେ, ଆଗାମି ଦିନରେ ରାଜ ରାସ୍ତାରେ ଧାରଣା ଦେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking