ନୂଆଦିଲ୍ଲୀ: ତାଂଜନିଆରେ ଅବସ୍ଥିତ ନେଟ୍ରୋନ ହ୍ରଦ ଯାହାକୁ , ମମି ବନାଉଥିବା ହ୍ରଦ ବୋଲି ମଧ୍ୟ କୁହାଯାଏ । ଅନେକ ଲୋକ ଏହାର ପାଣି ଅଭିଶପ୍ତ ବୋଲି ମାନିଥାନ୍ତି । ଯିଏ ବି ଏହି ପାଣି ସଂସ୍ପର୍ଶରେ ଆସେ ସେ ପଥର ବନିଯାଏ । କିନ୍ତୁ ବାସ୍ତବରେ ଏହାରୁ ଯାଦୁ ସହ କୌଣସି କିଛି ସମ୍ବନ୍ଧ ନାହିଁ । ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଏହି ହ୍ରଦର ର ପାଣଇ ହେଉଛି ଆଲକାଇନ । ଏଥିରେ ସୋଡିୟମ କାର୍ବୋନେଟର ପରିମାଣ ଅଧିକ ମାତ୍ରାରେ ରହିଥାଏ । ସେଥିପାଇଁ ଏହା ସଂପର୍କରେ ଯିଏ ବି ଆସେ, ତା ଉପରେ ଏକ ପରସ୍ତ ବନିଯାଏ । ଏହି ରାସାୟାନିକ ପ୍ରତିକ୍ରିୟା ଇଜିପ୍ଟ ମମି ବନାଇବାରେ ବ୍ୟବହାର କରାଯାଏ । ଏହି କାରଣ ପାଇଁ ଯିଏ ଏହି ହ୍ରଦ ସଂସ୍ପର୍ଶରେ ଆସନ୍ତି, ସେ ପଥର ହୋଇଯାଏ ।
ଏହି ହ୍ରଦ ନିକଟରେ ଅନେକ ପଶୁ ପକ୍ଷୀଙ୍କ ମୂର୍ତ୍ତି ନଜର ଆସେ । କହିବାକୁ ଗଲେ ଏହା ମୂର୍ତ୍ତି ନୁହେଁ । ଯେତେବେଳେ କୌଣସି ଜୀବ ପାଣି ପିଇବା ପାଇଁ ସେଠାକୁ ଯାଇଥିବେ ସେହି ସମୟରେ ପାଣିର ପ୍ରତିକ୍ରିୟା ପାଇଁ ଏମାନେ ମୂର୍ତି ପାଲଟି ଥିବେ । । ଏହି ବିଶେଷତ୍ୱ ପାଇଁ ସେହି ହ୍ରଦ କୁଖ୍ୟାତ । ହ୍ରଦଠାରୁ ଦୂର ଦୂର ପର୍ଯ୍ୟନ୍ତ କେହି ବାସ କରନ୍ତି ନାହିଁ । କାରଣ ସେମାନେ ଏହି ପାଣି ସଂସ୍ପର୍ଶରେ ନ ଆସିବାକୁ ସର୍ବଦା ଚେଷ୍ଟା କରିଥାନ୍ତି ।
ତଂଜାନିଆ ନେଟ୍ରୋନ ହ୍ରଦ ବ୍ୟତୀତ ଦୁନିଆରେ ଏମିତି ଅନେକ ହ୍ରଦ ରହିଛି, ଯିଏ ନିଜର କିଛି ବିଶେଷତ୍ୱ ପାଇଁ ପ୍ରସିଦ୍ଧ । ତା ମଧ୍ୟରୁ ଆଫ୍ରିକାର କାଙ୍ଗୋରେ ଥିବା ବିସ୍ଫୋଟକ ହ୍ରଦ ଗୋଟିଏ । ସେଥିରେ କାର୍ବନ ଡାଇଅକ୍ସାଇଡ ଓ ମିଥେନ ଗ୍ୟାସ ରହିଥାଏ । ଟିକିଏ ବି ନିଆଁ ମିଳିବା ମାତ୍ରେ ସେହି ହ୍ରଦରେ ବଡ ଧରଣର ବିସ୍ପୋରଣ ହୋଇପାରେ ।