27.8 C
Bhubaneswar
Wednesday, June 24, 2026
Homeଦେଶ ବିଦେଶପ୍ରେମିକାକୁ ହତ୍ୟା କରି ୮ ମାସ ହେଲା ଫ୍ରିଜ୍‌ରେ ରଖିଥିଲା ପ୍ରେମିକ

ପ୍ରେମିକାକୁ ହତ୍ୟା କରି ୮ ମାସ ହେଲା ଫ୍ରିଜ୍‌ରେ ରଖିଥିଲା ପ୍ରେମିକ

ଭୋପାଳ: ମଧ୍ୟପ୍ରଦେଶର ଦେବାସରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିବାହ ପାଇଁ ଚାପ ପକାଇବାରୁ ଜଣେ ମହିଳାଙ୍କୁ ତାଙ୍କ ସହ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଥିବା ପୁରୁଷ ଜଣକ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ହତ୍ୟା କରି ପୁରୁଷ ଜଣକ ମହିଳାଙ୍କ ମୃତଶରୀରକୁ ୮ ମାସ ହେବ ଫ୍ରିଜ୍‌ରେ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ସଞ୍ଜୟ ପଟିଦାର ରହୁଥିବା ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶାଢ଼ି ପିନ୍ଧା ମହିଳାଙ୍କ ଗଳିତ ମୃତଦେହରେ ସେ ପିନ୍ଧିଥିବା ଗହଣା ମଧ୍ୟ ଦେଖିବାକୁ ମିଳିଛି। ଜଣାପଡ଼ିଛି ଯେ ତାଙ୍କ ଗଳାରେ ଫାଶି ଲଗା ଯାଇଥିଲା। ଏହାବ୍ୟତୀତ ତାଙ୍କ ନାକ ଓ ବେକକୁ ମିଶାଇ ତାଙ୍କ ଦୁଇ ହାତକୁ ବନ୍ଧା ଯାଇଥିଲା।

ପୁଲିସ୍ ସନ୍ଦେହ କରୁଛି ଯେ ପୀଡ଼ିତା ପିଙ୍କି ପ୍ରଜାପତିଙ୍କୁ ଗତ ବର୍ଷ ଜୁନ୍ ମାସରେ ହତ୍ୟା କରାଯାଇଛି। ଉଜେନର ବାସିନ୍ଦା ପଟିଦାର ଗତ ପାଞ୍ଚ ବର୍ଷ ଧରି ତାଙ୍କ ସହିତ ଲିଭ୍‌-ଇନ୍ ସମ୍ପର୍କରେ ଥିବା କୁହାଯାଉଛି। ପିଙ୍କି ବିବାହ ପାଇଁ ଚାପ ପକାଉଥିବାରୁ ପଟିଦାର ନିଜ ବନ୍ଧୁଙ୍କ ସହାୟତାରେ ତାଙ୍କର ହତ୍ୟା କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। “ମହିଳାଙ୍କ ବୟସ ୩୦ ବର୍ଷ। ଆମେ ସନ୍ଦେହ କରୁଛୁ ଯେ ତାଙ୍କୁ ଜୁନ୍ ୨୦୨୪ରେ ହତ୍ୟା କରାଯାଇଛି। ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ଘରମାଲିକଙ୍କୁ ଫୋନ୍ କରିଥିଲେ। ଘର ଖୋଲାଯିବାରୁ ମହିଳାଙ୍କ ମୃତଦେହ ଫ୍ରିଜ୍‌ରେଜରୁ ମିଳିଥିଲା, ଯାହାର ସେଲ୍ଫଗୁଡ଼ିକ କାଢ଼ି ଦିଆଯାଇଥିଲା। ସେ ପରେ ପୁଲିସକୁ ଖବର ଦେଇଥିଲେ’’ ବୋଲି ଦେବାସ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ପିିଆଇକୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking