35.3 C
Bhubaneswar
Thursday, April 16, 2026
Homeଓଡିଶାଭିଏତ୍‌ନାମ ଓପନ୍ ସେମିରେ ତନୀଷା-କପିଳା ଯୋଡ଼ି

ଭିଏତ୍‌ନାମ ଓପନ୍ ସେମିରେ ତନୀଷା-କପିଳା ଯୋଡ଼ି

ନୂଆଦିଲ୍ଲୀ : ଭାରତର ତନୀଷା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଥମ ଗେମ୍ ହରାଇବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭିଏତ୍‌ନାମ ଓପନ୍ ସୁପର୍ ୧୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଷଷ୍ଠ ସିଡ୍ ଭାରତୀୟ ଯୋଡ଼ି ୪୪ ମିନିଟ୍‌ର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ନିଜ ଦେଶର ସତୀଶ କୁମାର କରୁଣାକରଣ ଏବଂ ଆଦ୍ୟା ବାରିୟାଥ୍‌ଙ୍କ ଟପ୍ ସିଡ୍ ଯୋଡ଼ିକୁ ୧୪-୨୧, ୨୧-୧୦, ୨୧-୧୪ରେ ପରାଜିତ କରିଛି। କ୍ରାଷ୍ଟୋ ଓ କପିଳା ଲୟ ହାସଲ କରିବାକୁ ସମୟ ଲାଗିଥିଲା। ପ୍ରାରମ୍ଭିକ ଗେମ୍‌ରେ ସତୀଶ ଓ ଆଦ୍ୟା ପ୍ରଭାବୀ ରହିଥିଲେ। ଏହାପରେ କ୍ରାଷ୍ଟୋ ଓ କପିଳା ଉନ୍ନତ ଖେଳ ପ୍ରଦର୍ଶନ କରି ଦ୍ୱିତୀୟ ଗେମ୍‌ରେ ସହଜ ବିଜୟ ହାସଲ କରିଥିଲେ। ତୃତୀୟ ଏବଂ ନିର୍ଣ୍ଣାୟକ ଗେମ୍‌ରେ ଉଭୟ ଯୋଡ଼ି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ କ୍ରାଷ୍ଟୋ ଓ କପିଳା ଥରେ ଅଗ୍ରଣୀ ହାସଲ କରିବା ପରେ ତାହାକୁ ବଜାୟ ରଖି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ଥାରୁନ ମନ୍ନେପଲ୍ଲୀଙ୍କ ଚମତ୍କାର ଅଭିଯାନ ଅନ୍ତିମ ୮ ମ୍ୟାଚ୍‌ରେ ସମାପ୍ତ ହୋଇଯାଇଛି। ଥାରୁନ୍ କ୍ୱାର୍ଟର୍‌ଫାଇନାଲ୍‌ରେ ଜାପାନର ଶେଭୋ ଓଗାଭାଙ୍କଠାରୁ ୧୩-୨୧, ୧୩-୨୧ରେ ହାରିଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking