18.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶତାମିଲନାଡ଼ୁର ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ତାମିଲନାଡ଼ୁର ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା
କୃଷ୍ଣାଗିରୀ: ତାମିଲନାଡ଼ୁର କୃଷ୍ଣାଗିରୀ ଜିଲ୍ଲାରେ ଏକ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ତିନିଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ସୂଚନା ଅନୁସାରେ କ଼ୃଷ୍ଣାଗିରୀ ଜିଲ୍ଲାର ପଝାୟାପେଟ୍ଟଇରେ ଥିବା ବାଣ କାରଖାନାରେ ସକାଳ ୧୦ଟା ସମୟରେ ଦୁଇଜଣ ମହିଳା ଶ୍ରମିକ ବାଣ ନିର୍ମାଣରେ ବ୍ୟବହୃତ ବାରୁଦ ନେଉଥିବା ବେଳେ ଏଥିରେ ବିସ୍ଫୋରଣ ହୋଇଥିଲା । ୟୁନିଟ୍‌ରେ ପ୍ରାୟ ୧୨ରୁ ୧୫ ଜଣ ଶ୍ରମିକ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ କେତେକ ଆହତ ହୋଇଛନ୍ତି । ତେବେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ । ବିସ୍ଫୋରଣ ଯୋଗୁଁ ଲାଗିଥିବା ନିଆଁ ଆଖାପାଖରେ ଥିବା ଘର ଓ ଦୋକାନକୁ ବ୍ୟାପିଯିବା ଫଳରେ ତିନିଟି ଘର ପୋଡ଼ି ନଷ୍ଟ ହୋଇଯାଇଛି । ସେହିପରି ଗୋଟିଏ ହୋଟେଲ୍‌ର କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି । ସୂଚନା ମିଳିବା ମାତ୍ରେ ପୁଲିସ୍‌, ଫାୟାର ବ୍ରିଗେଡ୍ ଏବଂ ଉଦ୍ଧରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଆହତଙ୍କ କୃଷ୍ଣଗିରୀ ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲ୍ ପଠାଯାଇଛି ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ମୃତକଙ୍କ ପରିଜନଙ୍କ ପାଇଁ ୩-୩ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବର ବରୁଧୁନଗର ଜିଲ୍ଲାର ଶିବକାଶୀ ସହରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking