29.1 C
Bhubaneswar
Thursday, May 23, 2024
Homeମନୋରଞ୍ଜନବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍କୁ ନେଇ ଚର୍ଚ୍ଚା

ବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ  : ବିଶ୍ବର ମହାନ୍ ଫୁଟବଲରଙ୍କ ମଧ୍ୟରୁ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ୟତମ । ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ତାଲିକାରେ ରୋନାଲ୍ଡୋ ସବୁଠାରୁ ଆଗରେ ରୁହନ୍ତି । ଖେଳ ବ୍ୟତିତ ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ସେ ଖୁବ ଚର୍ଚ୍ଚାରେ । ରୋନାଲଡୋ ତାଙ୍କ ପ୍ରେମିକା ଜୋର୍ଜିନା ରୋଡ୍ରିଗେଜଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କ ପ୍ରେମିକାଙ୍କ ଖର୍ଚ୍ଚ ବି ତାଜୁବ କରିବା ଭଳି । ଜୋର୍ଜିନା ରୋଡ୍ରିଗେଜ୍‌ଙ୍କ ମାସିକ ଖର୍ଚ୍ଚ ବାବଦକୁ ୮୦ ଲକ୍ଷ ଟଙ୍କା ବ୍ୟୟ କରନ୍ତି କ୍ରିଷ୍ଟିଆନୋ ରୋନାଲଡୋ । ବ୍ରିଟେନ୍‌ ମିଡିଆର ଏକ ରିପୋର୍ଟ ଅନୁଯାୟୀ, ଜୋର୍ଜିଆଙ୍କୁ ଦିଆଯାଉଥିବା ଟଙ୍କାକୁ ଦରମା ବା ସେଲରୀ ଭାବେ ଗଣନା କରନ୍ତି ରୋନାଲଡୋ ।

El Nacional ର ରିପୋର୍ଟ ଅନୁଯାୟୀ, ଜୋର୍ଜିଆ ରୋଡ୍ରିଗେଜ୍‌ ପ୍ରତିମାସରେ ୮୩ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ୮୨ ଲକ୍ଷ ଟଙ୍କା) ନିଅନ୍ତି । ଯେଉଁଥିରେ ପିଲାମାନଙ୍କ ଦେଖାଶୁଣା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ଏହା ପୂର୍ବରୁ ଗାର୍ଲଫ୍ରେଣ୍ଡଙ୍କୁ ଦେଢ କୋଟି ଟଙ୍କାର ଗୋଟିଏ କାର୍‌ ଉପହାର ଦେଇଥିଲେ କ୍ରିଷ୍ଟିଆନୋ । ଉଭୟ ବେଶ୍‌ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି । ଏହି ଯୋଡିଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଜୋରଦାର ହୋଇଥାଏ । ଏବେ ରୋନାଲଡୋଙ୍କ ପ୍ରେମିକାଙ୍କ ଖର୍ଚ୍ଚକୁ ନେଇ ଚର୍ଚ୍ଚା ହେଉଛି ।

ଜୋର୍ଜିନା ରୋଡ୍ରିଗେଜ ଜଣେ ପ୍ରସିଦ୍ଧ ମଡେଲ । ଦିନେ ଏକ ସାଧାରଣ ଷ୍ଟୋରରେ କାମ ସେଲସ ଓ୍ବମ୍ୟାନ୍‌ ଭାବେ କାମ କରୁଥିବା ଜୋର୍ଜିନା ଏବେ ଜଣେ ପ୍ରସିଦ୍ଧ ମଡେଲ ଏବଂ ବିଶ୍ବର ସବୁଠାରୁ ଧନୀ ଫୁଟବଲରଙ୍କ ପତ୍ନୀ । ସେ ୪୮ କୋଟି ଟଙ୍କାର ବିଳାଶପୂର୍ଣ୍ଣ କୋଠାରେ ରୁହନ୍ତି । ଏହା ବାଦ୍‌ ତାଙ୍କ ପାଖରେ Bugatti, Rolls-Royces ଏବଂ Ferrari ଭଲି ଲଗ୍ଜୁରିୟସ୍‌ କାର୍‌ ମଧ୍ୟ ରହିଛି ।

ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜୋର୍ଜିନା ରୋଡ୍ରିଗେଜ୍‌ ୨୦୧୭ ମସିହାରୁ ଏକାଠି ରହୁଛନ୍ତି । ତାଙ୍କର ୪ଟି ସନ୍ତାନ ମଧ୍ୟ ରହିଛନ୍ତି । ସୋସିଆଲ ମିଡିଆରେ ଜୋର୍ଜିଆଙ୍କର ୩୬ ମିଲିୟନରୁ ଅଧିକ ଫଲୋଅର୍ସ ମଧ୍ୟ ରହିଛନ୍ତି । ସେ ରହୁଥିବା ଫ୍ଲାଟରେ ସୁମିଂପୁଲ, ଜିମ୍‌ ଆଉ ଫୁଟବଲ୍‌ ଗ୍ରାଉଣ୍ଡ ବି ରହିଛି । ଦେଶ ବିଦେଶକୁ ଯାତ୍ରା ପାଇଁ ପ୍ରାଇଭେଟ୍‌ ଜେଟ୍‌ ବ୍ୟବହାର କରନ୍ତି ରୋନାଲଡୋ ଏବଂ ଜୋର୍ଜିନା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking