15.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶତାଇୱାନ ବୈଦେଶିକ ମନ୍ତ୍ରୀଙ୍କ କଡା ଜବାବ, ଆମେ କାହାକୁ ସ୍ୱାଗତ କରିବାକୁ ଚାହୁଁଛୁ ଚୀନ କହିବା...

ତାଇୱାନ ବୈଦେଶିକ ମନ୍ତ୍ରୀଙ୍କ କଡା ଜବାବ, ଆମେ କାହାକୁ ସ୍ୱାଗତ କରିବାକୁ ଚାହୁଁଛୁ ଚୀନ କହିବା ଉଚିତ ନୁହେଁ

ନୂଆଦିଲ୍ଲୀ : ୟୁଏସ ର ହାଉସ ସ୍ପିକର ନୈନୋ ପେଲୋସୀ ତାଇୱାନ ଗସ୍ତ କରିଥିଲେ । ପେଲୋସୀଙ୍କ ଗସ୍ତ ପରେ ଚୀନ ଭଡକି ରହିଛି । ଚୀନ ତଇବ୍ୱାନ କୁ ଚାରିପଟୁ ଘେରି ରହିଛି । ଏବଂ ଲାଇଭ ଫାୟାର ଡ୍ରିଲ ମଧ୍ୟ କରୁଛି । ଏହାରି ମଧ୍ୟରେ ତାଇୱାନ ର ବିଦେଶ ମନ୍ତ୍ରୀ ଚୀନ କୁ କଡା ଜବାବ ଦେଇଛନ୍ତି । କହିଛନ୍ତି କି , ଚୀନ ଆମକୁ ଏ ନିର୍ଦ୍ଦେଶ ନ ଦେଉ ଯେ ତାଇୱାନ କାହାକୁ ସ୍ୱାଗତ କରିବ କାହାକୁ ନୁହେଁ ।ତାଇୱାନର ବିଦେଶ ମନ୍ତ୍ରୀ ଜୋସେଫ ବ୍ୟୁ କହିଛନ୍ତି କି , ଚୀନ ର ବିପଦ ଅପେକ୍ଷା ଉପେକ୍ଷା ଅଧିକ ବଢି ଯାଇଛି ।କିନ୍ତୁ ଆମେ ଆମର ଲୋକତନ୍ତ୍ର ଏବଂ ସ୍ୱତନ୍ତ୍ରତା ର ରକ୍ଷା କରିବୁ ଏହା ନିଶ୍ଚିତ । ବ୍ୟୁ କହିଛନ୍ତି କି , ଚୀନ ସବୁ ବେଳେ ଧମକ ଦେଇ ଆସିଛି । ଗତ କିଛି ବର୍ଷ ଧରି ଏହା ବଢି ଚାଲିଛି । ଏହା ସହ ଆହୁରି କହିଛନ୍ତି କି , ୟୁଏସ ର ସ୍ପିକର କେବଳ ଆମ ଦେଶକୁ ଆସିଛନ୍ତି ବୋଲି ତାହା ନୁହେଁ , ତାଇୱାନ ବିରୋଧରେ ଚୀନ ର ସବୁ ବେଳେ ସୈନ୍ୟ ମ୍ର ସଜ୍ଜା ଚାଲିଛି । ଆଉ ଏହା ଏକ ଏପରି ସମସ୍ୟା ଯେଉଁଥିରୁ ମୁକୁଳିବା ଆବଶ୍ୟକ । ଦୁଇ ଦଶନ୍ଧି ମଧ୍ୟରେ ତାଇୱାନକୁ ଏହା ନାନସୀ ପେଲୋସିଙ୍କ ପ୍ରଥମ ଗସ୍ତ ଥିଲା । ପେଲୋସିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଚାଇନା ତାଇୱାନ ନିକଟରେ ଅନେକ ସାମରିକ ଅଭ୍ୟାସ କରିବା ଆରମ୍ଭ କରିଥିଲା। ଗତ କିଛି ଦିନ ମଧ୍ୟରେ ୧୦୦ ରୁ ଅଧିକ ଚାଇନାର ଯୁଦ୍ଧ ବିମାନ ଏବଂ ୧୦ ଟି ଯୁଦ୍ଧ ଜାହାଜ ତାଇୱାନରେ ଲାଇଭ-ଫାୟାର ଡ୍ରିଲ କରିଥିଲେ।ତାଇୱାନର ଚାରିପାଖରେ ଅନେକ ଚାଇନାର ବିମାନ ଏବଂ ଜାହାଜ ଦେଖିବାକୁ ମିଳିଛି। ନିକଟରେ ତାଇୱାନ କହିଛି ଯେ ଚୀନ୍ କ୍ରମାଗତ ଭାବରେ ମୁଖ୍ୟ ଦ୍ୱୀପ ଉପରେ ଆକ୍ରମଣ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking