34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିହାରରେ ନୂଆ ସରକାର ପାଇଁ ଚାଲିଛି ପ୍ରସ୍ତୁତି

ବିହାରରେ ନୂଆ ସରକାର ପାଇଁ ଚାଲିଛି ପ୍ରସ୍ତୁତି

ପାଟନା: ବିହାରରେ ଚାଲିଥିବା ରାଜନୈତିକ ଝଡ଼ ଓ ବିଭିନ୍ନ ଦଳର ଗୁରୁତ୍ୱପୂର୍ଣ୍ଣପୂର୍ଣ୍ଣ ବୈଠକ ପରେ ନୂଆ ସରକାର ଗଠନ ହେବାର ପ୍ରସ୍ତୁତି ପ୍ରାୟତଃ ସରିଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜ୍ୟପାଳଙ୍କୁ ଭେଟିପାରନ୍ତି ନୀତୀଶ କୁମାର । ସାକ୍ଷାତ ପାଇଁ ସେ ସମୟ ମାଗିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆରଜେଡି ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବ ଜେଡିୟୁ । ଏହାକୁ ଆରଜେଡି ଓ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛନ୍ତି । ବିହାରରେ ନୀତୀଶ କୁମାର ହେବେ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଯାଦବ ହେବେ ଉପ ମୁଖ୍ୟମନ୍ତ୍ରୀ । ସରକାର ଗଠନକୁ ନେଇ ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ କଥା ହୋଇସାରିଥିବା ଜଣାପଡିଛି ।

ସୂଚନାନୁସାରେ, ନୀତୀଶ କୁମାରଙ୍କଠାରୁ ତେଜସ୍ୱୀ ଗୃହ ବିଭାଗ ଏବଂ ବାଚସ୍ପତି ଦାବି କରିଛନ୍ତି । ଆଲୋଚନା ପରେ ଆରଜେଡି, କଂଗ୍ରେସ, ବାମପନ୍ଥୀମାନେ ଏକାଠି ହୋଇ ସିଏମ ହାଉସକୁ ଯିବେ ଯେଉଁଠାରେ ମିଳିତ ବୈଠକ ଅନୁଷ୍ଠିତ ହେବ । ଏହି ସମୟରେ ମଧ୍ୟ ଖବର ଆସିଛି ଯେ, ସିଏମ ନୀତୀଶ କୁମାର ଅପରାହ୍ନରେ ରାଜ ଭବନ ପରିଦର୍ଶନ କରିବେ । ସୂଚନାନୁସାରେ, ମହାଗଠବନ୍ଧନରେ ହୋଇଥିବା ଚୁକ୍ତି ଅନୁଯାୟୀ ନୀତୀଶ କୁମାର କେବଳ ୮-୧୦ ମାସ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ । ଏହା ପରେ ସେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking