27.8 C
Bhubaneswar
Friday, April 19, 2024
Homeଓଡିଶାମୟୁରଭଞ୍ଜଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ମିଳିତ ରକ୍ତଦାନ ଶିବିର

ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ମିଳିତ ରକ୍ତଦାନ ଶିବିର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବଜନତା ଦଳ ପକ୍ଷରୁ ଜିଲ୍ଲା ସାଧାରଣ ସଂପାଦକ ଅମୀର ଖାଁଙ୍କ ନେତୃତ୍ବରେ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର। ଓଡ଼ିଶା ମୋ ପରିବାର ଏବଂ ଜୀବନବିନ୍ଦୁ କାର‌୍ୟ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଚିତ୍ରଡା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ରକ୍ତଦାନ ଶିବିରକୁ ମୋରଡ଼ା ବିଧାୟକ ରାଜକିଶୋର ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବିଜେଡି ରାଜ୍ୟ ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ଦାସ, ଜୀବନବିନ୍ଦୁ ସଂଯୋଜକ ପୂର୍ବତନ ରାଜ୍ୟ କୃଷିନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବ୍ଲକ ଅଧ୍ୟକ୍ଷ ପୀଥନାଥ ସୋରେନ ମିଳିତ ଭାବେ ଫିତାକାଟି ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଜିଲ୍ଲା ଯୁବ ସଭାପତି ଅରୁଣ କୁମାର ବରାଳ, ୩୮ ଓ ୪୦ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସେହିପରି ମହାବିଦ୍ୟାଳୟର ଏନ ଏସ ଏସ ଏବଂ ୱାଇ ଆର ସି ଉଇଁଗ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ତେବେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ଜିଲ୍ଲା ପର‌୍ୟ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନକ୍ରମେ ଜିଲ୍ଲା ସହ-ପର‌୍ୟ୍ୟବେକ୍ଷକ ସୁବ୍ରତ ଛାଟଇ ଏବଂ ଜନ୍ମେଜୟ ଲେଙ୍କା ଙ୍କ ପରାମର୍ଶରେ ଆୟୋଜିତ ରକ୍ତଦାନ ଶିବିର ବେଶ ସଫଳ ହୋଇଛି। ତେବେ ଆୟୋଜିତ ଶିବିରରେ ୭୦ ଜଣ ରକ୍ତଦାତା ଅଂଶଗ୍ରହଣ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶେଷରେ ବାରିପଦା ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଜେ କେ ପାଲ ଏବଂ ତାଙ୍କର ସହଯୋଗୀମାନ ସହିତ ରକ୍ତଦାତାମାନଙ୍କୁ ଆୟୋଜକ ଅମୀର ଖାଁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking