40.1 C
Bhubaneswar
Saturday, April 27, 2024
Homeଖେଳସିଲ୍‌ହଟ୍ ଟେଷ୍ଟ୍‌: ଧନଞ୍ଜୟ ଓ କାମିନ୍ଦୁଙ୍କ ଶତକ

ସିଲ୍‌ହଟ୍ ଟେଷ୍ଟ୍‌: ଧନଞ୍ଜୟ ଓ କାମିନ୍ଦୁଙ୍କ ଶତକ

ସିଲ୍‌ହଟ୍ : ସିଲ୍‌ହଟ୍ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶୁକ୍ରବାର ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନ ଶ୍ରୀଲଙ୍କା ପ୍ରଥମ ଇନିଂସ୍ ୨୮୦ ରନ୍‌ରେ ଶେଷ ହୋଇଛି । ଜବାବରେ ଖେଳ ଶେଷ ବେଳକୁ ବାଂଲାଦେଶ ୩ ୱିକେଟ୍ ହରାଇ ୩୨ ରନ୍ କରି ୨୪୮ ରନ୍ ପଛରେ ରହିଛି । ଷ୍ଟମ୍ପ୍‌ସ ବେଳକୁ ଓପ୍ନର୍ ମହମୁଦୁଲ ହସନ୍ ରୟ ୯ ଏବଂ ତାଇଜୁଲ୍ ଇସ୍‌ଲାମ ଖାତା ନଖୋଲି ବ୍ୟାଟିଂ କରୁଥିଲେ । ଜାକିର୍ ହସନ୍ ୯, କ୍ୟାପ୍‌ଟେନ୍ ନଜମୁଲ୍ ହୁସେନ୍ ସାଣ୍ଟୋ ୫ ଏବଂ ମୋମିନୁଲ୍ ହକ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ବିଶ୍ୱ ଫର୍ଣ୍ଣାଣ୍ଡେଜ୍ ୨ ଏବଂ କସୁନ୍ ରଜିଥା ଗୋଟିଏ ୱିକେଟ୍ ନେଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ୫୭ ରନ୍ ମଧ୍ୟରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ମାତ୍ର ଏହାପରେ କ୍ୟାପ୍‌ଟେନ୍ ଧନଞ୍ଜୟ ଡି ସିଲ୍‌ଭାଙ୍କ ସହ ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା କାମିନ୍ଦୁ ମେଣ୍ଡିସ୍ ୨୦୨ ରନ୍‌ର ଭାଗୀଦାରି କରି ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ । ଇତିମଧ୍ୟରେ ଉଭୟ ନିଜ ନିଜର ଶତକ ପୂରଣ କରିଥିଲେ । କ୍ୟାରିୟର୍‌ର ଦ୍ୱିତୀୟ ଇନିଂସ୍ ଖେଳୁଥିବା କାମିନ୍ଦୁ ୧୨୭ ବଲ୍‌ରେ ୧୧ ଚୌକା ଓ ୩ ଛକା ସହାୟତାରେ ୧୦୨ ରନ୍‌ର ଇନିଂସ୍ ଖେଳିଥିଲେ । ଏହା ତାଙ୍କର ପ୍ରଥମ ଶତକ । ସେହିପରି କ୍ୟାପ୍‌ଟେନ୍ ଧନଞ୍ଜୟ ୧୩୧ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହାୟତାରେ କ୍ୟାରିୟର୍‌ର ୧୧ଶ ଶତକ ପୂରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିମୁଥ୍ କରୁଣାରତ୍ନେ (୧୭) ଓ କୁଶଳ ମେଣ୍ଡିସ୍ (୧୬)ଙ୍କୁ ଛାଡ଼ିଦେଲେ କୌଣସି ଖେଳାଳି ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇନଥିଲେ । ବାଂଲାଦେଶ ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁଥିବା ନାହିଦ୍ ରାଣା ଓ ଖଲିଦ୍ ଅହମଦ ତିନିଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । ସୋରିଫୁଲ୍ ଇସ୍‌ଲାମ୍ ଓ ତାଇଜୁଲ୍ ଇସ୍‌ଲାମ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking