ସନ୍ଦେହଘେରରେ ମହିଳାଙ୍କ ମୃତ୍ୟୁ : ମା’ଙ୍କ ଅଭିଯୋଗ ହତ୍ୟା, ସ୍ୱାମୀ କହିଛନ୍ତି ଆତ୍ମହତ୍ୟା!

ଗଞ୍ଜାମ: ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ହରିଜନ ସାହିର ଜାନକୀ ନାୟକ(୩୦) ନାମକ ଜଣେ ବିବାହିତା ମହିଳାଙ୍କ ଗତକାଲି  ମୃତ୍ୟୁ ଘଟିଛି । ଜାନକୀଙ୍କ ମା’ ବବି ନାୟକ ତାଙ୍କ ଝିଅ ଜାନକୀଙ୍କୁ ଯୌତୁକ ଜନିତ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଜାନକୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ୱାମୀ ଲକ୍ଷ୍ମଣ ନାୟକ ପୋଲିସ ଆଗରେ ସଫେଇ ଦେଇଛନ୍ତି । ଏତଲା ଆଧାରରେ ପୋଲିସ ଶବ ଜବତ କରିବା ସହିତ ଘଟଣାର ପାରିପାଶ୍ୱର୍କ ଅବସ୍ଥାକୁ ଅନୁଧ୍ୟାନ କରିଛି ।  ସ୍ୱାମୀ ଲକ୍ଷ୍ମଣ ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଥାନାଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି । ମୃତ ଜାନକୀଙ୍କ ଗୋଟିଏ ୭ ବର୍ଷ ଓ ଗୋଟିଏ ୫ ବର୍ଷର ପୂଅ ରହିଛନ୍ତି । ସେ ଗତ ଆଠବର୍ଷ ତଳେ ବିବାହ କରିଥିଲେ । ବିବାହ ପରଠାରୁ ଅଧିକ ଯୌତୁକ ପାଇଁ ଜାନକୀ ନିର୍ଯାତନା ପାଉଥିଲେ । ଘଟଣାର ଦୁଇଦିନ ପୂର୍ବରୁ ମଧ୍ୟ ନିର୍ଯାତନା ଦିଆଯାଉଥିବା କଥା ଜାନକୀ କହିଥିବା ନେଇ ମା’ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ତାଙ୍କ ଝିଅକୁୁ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ମୃତକଙ୍କ  ମା’ ବବି ନାୟକ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here