33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ

ସୁଶୀଲ ଚନ୍ଦ୍ରା ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ : ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଭାବେ ନିଯୁକ୍ତ ହେବେ। ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହିଛି। ନିର୍ବାଚନ ଆୟୋଗର ସବୁଠୁ ଉଚ୍ଚ ପଦବୀ ସିଇସି ପାଇଁ ସୁଶୀଲ ଚନ୍ଦ୍ରାଙ୍କ ନାମକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି । ତାଙ୍କୁ ସିଇସି ଭାବେ ନିଯୁକ୍ତ କରାଯିବା ସମ୍ପର୍କରେ ଯେକୌଣସି ସମୟରେ ସରକାର ଆଦେଶ ଜାରି କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ୨୦୧୯ ଫେବୃୟାରୀ ୧୪ରେ ସୁଶୀଲ ଚନ୍ଦ୍ରାଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ମିଳିଥିଲା। ଆସନ୍ତା ୧୩ ତାରିଖରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅବସର ଗ୍ରହଣ କରୁଥିବାରୁ ସୁଶୀଲ ଏହି ଦିନ ସିଇସି ପଦବୀ ଗ୍ରହଣ କରିବେ। ଆସନ୍ତା ୨୦୨୨ ମେ ୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ନିର୍ବାଚନ ଆୟୋଗକୁ ଆସିବା ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking