27.1 C
Bhubaneswar
Thursday, April 25, 2024
Homeଅପରାଧରାସ୍ତା ଉପରେ ସ୍ୱାମୀର ବିଭତ୍ସ କାଣ୍ଡ ....

ରାସ୍ତା ଉପରେ ସ୍ୱାମୀର ବିଭତ୍ସ କାଣ୍ଡ ….

ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେ ଦିନ ଦ୍ୱିପହରରେ ଏକ ନିର୍ମମ ହତ୍ୟା ଘଟଣା ସାମନାକୁ ଆସିଛି । ରାଜଧାନୀର ବୁଦ୍ଧ ବିହାର ଠାରେ ଏକ ୨୬ ବର୍ଷୀୟ ମହିଳାକୁ ଛୁରୀରେ ଭୁଷି ହତ୍ୟା କରାଯାଇଛି ।  ମହିଳା ଜଣଙ୍କର ୮ ମାସ ତଳେ ବିବାହ ହୋଇଥିଲା ।  ମହିଳାଙ୍କ ସ୍ୱାମୀ ହରିଷ ଉପରେ ହତ୍ୟା ଆରୋପ ଲଗାଯାଇଛି ।  ପୋଲିସର କହିବା ଅନୁସାରେ ହରିଷ ସବୁବେଳେ ନିଜ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲା ।

ଦିନ ଦ୍ୱିପହରେ ମହିଳାଙ୍କୁ ୨୫ ଥର ଛୁରୀରେ ଭୁଷି ନିର୍ମମ ଭାବେ ହତ୍ୟା କରାଯାଇଛି ।  ସ୍ୱାମୀ ହରିଷ ଏକ ମ୍ୟାରେଜ ବ୍ୟୁରୋରେ କାମ କରୁଥିଲେ । ଏବେ ପୋଲିସ ଆରୋପୀ ହରିଷକୁ ଗିରଫ କରି ନେଇଛି ।  ଶନିବାର ଦିନ ରୋହିଣୀ ଜିଲ୍ଲାରେ ରହୁଥିବା ହରିଷ ଓ ତାଙ୍କ ସ୍ତ୍ରୀ କୌଣସି ଏକ କାମରେ ବଜାରକୁ ଯାଇଥିଲେ ।  ବଜାରରେ ସ୍ୱାମୀ ହରିଷ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ଥିଲେ ।

ଆଖ ପାଖ ଲୋକଙ୍କ କହିବା ଅନୁଯାୟୀ , ସ୍ତ୍ରୀ ର ମୃତ୍ୟୁ ହୋଇସାରିବା ପରେ ମଧ୍ୟ ହରିଷ ତାଙ୍କୁ ବାରମ୍ବାର ଛୁରୀମାରି ଚାଲିଥିଲେ ।
ତେବେ ଡିସିପି ରେହିଣୀଙ୍କ କହିବା ମୁତାବିକ , ଆରୋପୀ ହରିଷ ନିଜ ସ୍ତ୍ରୀକୁ ସବୁବେଳେ ସନ୍ଦେହ କରୁଥିଲା ଓ ତାର ଅନ୍ୟ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ଅଛି କହି ସବୁବେଳେ ଝଗଡା କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking