27.2 C
Bhubaneswar
Tuesday, July 21, 2026
Homeଓଡିଶାଇବ ନଦୀରେ ଡ୍ୟାମ ପାଇଁ ସର୍ଭେ ଆରମ୍ଭ: ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ଚିଠି

ଇବ ନଦୀରେ ଡ୍ୟାମ ପାଇଁ ସର୍ଭେ ଆରମ୍ଭ: ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ଚିଠି

ଭୁବନେଶ୍ୱର : ଇବ ନଦୀରେ ପ୍ରସ୍ତାବିତ ଯୁଗୀଯୁଗେନ ଡ୍ୟାମ ପ୍ରକଳ୍ପକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ଡ୍ୟାମ ନିର୍ମାଣ ପାଇଁ ସର୍ଭେ କାମ ଆରମ୍ଭ ହୋଇଥିବାବେଳେ, ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉପବାଚସ୍ପତି ଭବାନୀଶଙ୍କର ଭୋଇ । ଇବ ନଦୀରେ ପ୍ରସ୍ତାବିତ ଯୁଗୀଯୁଗେନ ଡ୍ୟାମ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିସ୍ଥାପନ ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀଶଙ୍କର ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରସ୍ତାବିତ କଟଙ୍ଗିଡ଼ିହି ଅଞ୍ଚଳ ପେସା ଆଇନ ଅନ୍ତର୍ଭୁକ୍ତ ହେବା ସହ ବ୍ୟାପକ ବିସ୍ଥାପନର ସମ୍ଭାବନା ରହିଛି ।

ସେଥିପାଇଁ କମ୍ ବିସ୍ଥାପନ ହେବା ସହ ପ୍ରକଳ୍ପ ପାଇଁ ଅଧିକ ଉପଯୁକ୍ତ ତେଲିଜୋର ଅଞ୍ଚଳରେ ଡ୍ୟାମ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ସହ ପ୍ରକଳ୍ପ ମଧ୍ୟ ସୁଚାରୁ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ଚିଠିରେ ଦର୍ଶାଇଛନ୍ତି । ସେହିପରି ଏହି ପ୍ରସଙ୍ଗରେ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଏବଂ ସମସ୍ତ ପକ୍ଷର ମତାମତକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ନେବାକୁ ଉପବାଚସ୍ପତି ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking