32.1 C
Bhubaneswar
Thursday, May 2, 2024
Homeଖେଳସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଟିମ୍‌ର ମୁଖ୍ୟ କୋଚ୍

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଟିମ୍‌ର ମୁଖ୍ୟ କୋଚ୍

ଭୁବନେଶ୍ୱର: ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ଗତ ସିଜନ୍‌ରେ ଓଡ଼ିଶା ସହ ଯୋଗ ଦେଇଥିବା ଦୀନେଶ ମୋଙ୍ଗିଆଙ୍କ ପ୍ରଦର୍ଶନ ସନ୍ତୋଷଜନକ ନହେବା ଏବଂ ଶୃଙ୍ଖଳାଗତ କାରଣରୁ ତାଙ୍କ ଚୁକ୍ତିର ନବୀକରଣ କରାଯାଇ ନଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି । ଓସିଏର କ୍ରିକେଟ୍ ପରାମର୍ଶଦାତା କମିଟି ଏକାଧିକ ପୂର୍ବତନ ଖେଳାଳିଙ୍କ ସାକ୍ଷାତକାର ନେବା ପରେ ସୁରେନ୍ଦ୍ରଙ୍କ ନାମ ସୁପାରିସ କରିଥିଲା । ୯୭ ପ୍ରଥମ ଶ୍ରେଣୀ ଓ ୫୧ ଲିଷ୍ଟ ଏ’ ମ୍ୟାଚ୍ ଖେଳିଥିବା ମହାରାଷ୍ଟ୍ରର ଏହି ଅଲରାଉଣ୍ଡର୍ ଯଥାକ୍ରମେ ୭୯୭୧ ଓ ୧୮୦୮ ରନ୍ କରିଥିଲେ । ସୁରେନ୍ଦ୍ରଙ୍କ ନେତୃତ୍ୱରେ ମହାରାଷ୍ଟ୍ର ୧୯୯୨-୯୩ ରଣଜୀ ଟ୍ରଫି ଫାଇନାଲ୍‌ରେ ପହଞ୍ଚିଥିଲା । କିନ୍ତୁ ପଞ୍ଜାବଠୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା । ଭାରତୀୟ ଟିମ୍‌ରେ ସେ ସ୍ଥାନ ପାଇ ନଥିଲେ ମଧ୍ୟ ‘ଏ’ ଟିମ୍ ସହିତ ବାଂଲାଦେଶ ଖେଳିବାକୁ ଯାଇଥିଲେ । ୧୪ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ପାଇଁ ଖେଳିବା ପରେ ୨୦୨୧ରେ ଅବସର ନେଇଥିଲେ । ପରେ ସେ କୋଚ୍ ଭାବେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲେ । ତାଙ୍କ କୋଚିଂରେ ମହାରାଷ୍ଟ୍ର ୧୫ ବର୍ଷରୁ କମ୍ ଟିମ୍ ପଲି ଉମ୍ରିଗର ଟ୍ରଫି ବିଜେତା ହୋଇଥିଲା । ଏଥିସହିତ ୨୦୦୫ରେ ମହରାଷ୍ଟ୍ରର ରଣଜୀ ଚୟନକର୍ତ୍ତା ଓ ୨୦୦୮ରେ ଭାରତୀୟ ଟିମ୍‌ର ଚୟନକର୍ତ୍ତା ଭାବେ ସେ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking