28.1 C
Bhubaneswar
Thursday, May 2, 2024
Homeଖେଳଷ୍ଟୁଆର୍ଟ ଲ’ ଆମେରିକା ଟିମ୍‌ର ମୁଖ୍ୟ କୋଚ୍

ଷ୍ଟୁଆର୍ଟ ଲ’ ଆମେରିକା ଟିମ୍‌ର ମୁଖ୍ୟ କୋଚ୍

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଷ୍ଟୁଆର୍ଟ ଲ’ଙ୍କୁ ଆମେରିକା ଟି-୨୦ ବିଶ୍ୱକପ୍ ପୂର୍ବରୁ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରିଛି । ଆସନ୍ତା ମାସରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଲ’ ଆମେରିକା ଟିମ୍‌ରେ ଯୋଗଦେବେ । ଅଷ୍ଟ୍ରେଲିଆ ପାଇଁ ୫୪ ଦିନିକିଆ ଏବଂ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଲ’ କହିଛନ୍ତି, ବର୍ତ୍ତମାନ ସମୟରେ ଆମେରିକା କ୍ରିକେଟ୍ ସହିତ ଯୋଡ଼ିହେବା ଏକ ରୋମାଞ୍ଚକର ଅବସର । ଆମେରିକା କ୍ରିକେଟ୍‌ରେ ମଜଭୁତ ଆସୋସିଏଟ୍ ଦେଶ ମଧ୍ୟରୁ ଅନ୍ୟତମ ଏବଂ ଆଗକୁ ଏକ ମଜଭୁତ ଟିମ୍ ପ୍ରସ୍ତୁତ କରିପାରିବୁ । ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଟିମ୍ ପ୍ରସ୍ତୁତ ପ୍ରଥମ କାମ ହେବ ଏବଂ ପୁଣି ଘରୋଇ ମାଟିରେ ହେବାକୁ ଥିବା ବିଶ୍ୱକପ୍ ଉପରେ ନଜର ଦେବାକୁ ପଡ଼ିବ । ୫୫ ବର୍ଷୀୟ ଲ’ ୨୦୦୯ରେ ପ୍ରଥମେ ଶ୍ରୀଲଙ୍କାର ସହାୟକ କୋଚ୍ ଭାବେ କୋଚିଂ କ୍ୟାରିୟର୍ ଆରମ୍ଭ କରିଥିଲେ । ମୁଖ୍ୟ କୋଚ୍ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ ବାଂଲାଦେଶ (୨୦୧୧-୧୨) ସହ ଥିଲା । ଏହାପରେ ଦୁଇବର୍ଷ ପାଇଁ ୨୦୧୭-୧୮ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ର ମୁଖ୍ୟ କୋଚ୍ ଦାୟିତ୍ୱରେ ଥିଲେ । ୨୦୨୨ରେ ସେ ବାଂଲାଦେଶର ଅନ୍ତରୀଣ ମୁଖ୍ୟ କୋଚ୍ ହୋଇଥିଲେ ଏବଂ ସେହିବର୍ଷ ବାଂଲାଦେଶ ଅଣ୍ଡର୍‌-୧୯ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିଲା । ଏହା ବ୍ୟତୀତ ୨୦୧୯-୨୧ ପର୍ଯ୍ୟନ୍ତ ସେ ଇଂଲଣ୍ଡ କାଉଣ୍ଟି ଟିମ୍ ମିଡିଲ୍‌ସେକ୍ସର ମଧ୍ୟ କୋଚ୍ ଥିଲେ ।
୧୯୯୪ରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଷ୍ଟୁଆର୍ଟ ଲ’ ୧୯୯୬ ବିଶ୍ୱକପ୍ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ । ୧୯୯୮ରେ ତାଙ୍କୁ ୱିଜ୍‌ଡନ୍‌ର ଶ୍ରେଷ୍ଠ ଖେଳାଳି ତାଲିକାରେ ସାମିଲ କରାଯାଇଥିଲା । ୨୦୦୭ରେ ତାଙ୍କୁ ‘ମେଡାଲ୍ ଅଫ୍ ଦ ଅର୍ଡର୍ ଅଫ୍ ଅଷ୍ଟ୍ରେଲିଆ’ରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking