28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସୁପ୍ରିମକୋର୍ଟରେ ପିଟିସନ କରିବେ ସରକାର

ସୁପ୍ରିମକୋର୍ଟରେ ପିଟିସନ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ହେଉଛନ୍ତି । ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଚିଠି ହୋଇଛି । ଏଓଆର ଶିବଶଙ୍କର ମିଶ୍ରଙ୍କୁ ଚିଠି କରିଛନ୍ତି ଆଇନ ବିଭାଗ ଉପସଚିବ । କୋଟିଆର ୩ଟି ଗାଁରେ ଆନ୍ଧ୍ର ପଂଚାୟତ ନିର୍ବାଚନ କରାଉଛି । ଏମିତିକି କିଛି ଆଶାୟୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି । କୋଟିଆରେ ପଶି ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଓଡ଼ିଶା ସରକାର  ପ୍ରାଥମିକତା ଦେଉଛନ୍ତି । କୋଟିଆବାସୀ କହିଛନ୍ତି , ବିଭିନ୍ନ ଭତ୍ତା ବାବଦରେ ଓଡ଼ିଶା ୫ ୦୦ ଟଙ୍କା ଦେଉଥିବା ବେଳେ ଆନ୍ଧ୍ରରୁ ମିଳୁଛି ୨୨୫୦ ଟଙ୍କା । ସ୍କୁଲରେ ନାଁ ଲେଖାଇଲେ ପିଲା ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶା କେବଳ ମାଗଣାରେ ଦେଉଛି ୟୁନିଫର୍ମ । ଏମିତିକି ଜଙ୍ଗଲ ଜମି ପଟ୍ଟା ଥିବା ବ୍ୟକ୍ତିଙ୍କୁ ୧୩ ହଜାର ୫ଶହ ଟଙ୍କାର ସହାୟତା ଦେଉଛି ଆନ୍ଧ୍ର । ଓଡ଼ିଶାରେ ମୁଣ୍ଡପିଛା ୫ କିଲୋ ଲେଖାଏଁ ଚାଉଳ ମିଳୁଥିବା ବେଳେ ଆନ୍ଧ୍ର  କୋଟାରେ ପରିବାର ପିଛା ମିଳୁଛି ୩୫ କିଲୋ । ତେଣୁ କୋଟିଆର ଅନେକ ଲୋକେ ଏଥିପ୍ରତି ଆକର୍ଷିତ ହେଉଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking