28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଜଷ୍ଟିସ ରୋହିଣ୍ଟନ ନରୀମନଙ୍କ କାର୍ଯ୍ୟକାଳର ଆଜି ଶେଷ ଦିନ

ଜଷ୍ଟିସ ରୋହିଣ୍ଟନ ନରୀମନଙ୍କ କାର୍ଯ୍ୟକାଳର ଆଜି ଶେଷ ଦିନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଚର୍ଚ୍ଚିତ ବିଚାରପତି ଜଷ୍ଟିସ ରୋହିଣ୍ଟନ ଫଲୀ ନରୀମନଙ୍କ କାର୍ଯ୍ୟକାଳର ଆଜି ହେଉଛି ଶେଷ ଦିନ । ଜଷ୍ଟିସ ନରୀମନ ୮ ରାଜନୈତିକ ଦଳ ଉପରେ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରି ଚର୍ଚ୍ଚାରେ ରହିଛନ୍ତି । ଏହି ଦଳମାନଙ୍କ ଉପରେ ଜରିମାନା ସେ ବିହାର ନିର୍ବାଚନ ମଧ୍ୟରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଗଣମାଧ୍ୟମରେ ପ୍ରକାଶ ନ କରିବାକୁ ଲଗାଇଥିଲେ । କିଛି ଦିନ ପୂର୍ବରୁ ସେ ଉତ୍ତରପ୍ରଦେଶ ବୋଲବମ ଯାତ୍ରା ଅନୁମତି ଉପରେ ରୋକ ଲଗାଇଥିଲେ । ପରେ ରାଜ୍ୟ ସରକାର ଅନୁମତି ପ୍ରତ୍ୟାହାର କରିଥିଲେ । ତେବେ ଖାଲି ଏତିକି ଜଷ୍ଟିସ ନରୀମନଙ୍କ ପରିଚୟ ନୁହେଁ ।
ଜଣାଶୁଣା କାନୁନବିଦ ଫଲୀ ନରୀମନଙ୍କ ପୁଅ ରୋହିଣ୍ଟନ ନରୀମନ ମହାନ ପିତାଙ୍କ ଛାୟାରୁ ଆହୁରି ଆଗକୁ ଗଲେ । ନିଜର ଭିନ୍ନ ପରିଚୟ ଓ ଛବି ବନାଇଲେ । ୧୩ ଅଗଷ୍ଟ ୧୯୫୬ରେ ଜନ୍ମଗ୍ରହଣ କରିଥିବା ରୋହିଣ୍ଟନ ନରୀମନ ଓକିଲ ଓ ଜଜ୍ ଭାବରେ ପ୍ରାୟ ୪୦ ବର୍ଷର କ୍ୟାରିଅରରେ ଏମିତି ବହୁତ କିଛି କରିଛନ୍ତି, ଯାହା ସବୁଦିନ ପାଇଁ ଚର୍ଚ୍ଚାରେ ରହିବ । ପ୍ରତିଭାଶାଳୀ ରୋହିଣ୍ଟନଙ୍କ ପାଇଁ ୧୯୯୩ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଏମ ଏନ ଭେଙ୍କଟଚଲେୟା ନିୟମ ବଦଳାଇ ଦେଇଥିଲେ । ସେତେବେଳେ ୪୫ ବର୍ଷ ବୟସ ପରେ ହିଁ କାହାକୁ ବରିଷ୍ଠ ଓକିଲର କହିବା ନିୟମ ଥିଲା । ହେଲେ ତାଙ୍କୁ ଏହି ଉପାଧି ମାତ୍ର ୩୭ ବର୍ଷରେ ମିଳିଥିଲା ।
୨୦୧୧ରୁ ୨୦୧୩ ରୋହିଣ୍ଟନ ନରୀମନ ଭାରତର ସଲିସିଟର ଜେନେରାଲ ବି ଥିଲେ । କେରଳ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ରୋକିବାକୁ ଅସାମ୍ବିଧାନିକ କହୁଥିବା ଖଣ୍ଡପୀଠର ସଦସ୍ୟ ଥିଲେ ରୋହିଣ୍ଟନ । ଦୃତ ଭାବରେ ମାମଲାର ଶୁଣାଣୀ କରୁଥିବା ଜଷ୍ଟିସ ନରୀମନଙ୍କ ଦଖଲ ପରେ ଅଯୋଦ୍ଧା ବାବରୀ ବିଧ୍ୱଂସ ମାମଲାର ଅପରାଧିକ ମୋକଦ୍ଦମା ଆଗକୁ ବଢିଥିଲା । ସେ ମାମଲା ଶୁଣାଣୀର ସମୟ ସୀମା ନିର୍ଦ୍ଧାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking