28.1 C
Bhubaneswar
Monday, May 25, 2026
Homeଦେଶ ବିଦେଶଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଟଲାଇନ

ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଟଲାଇନ

ନୂଆଦିଲ୍ଲୀ : କୋଲକାତା ଲଜ୍ଜା ଘଟଣାରେ ଆନ୍ଦୋଳନ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ମାନ୍ୟବର ସୁପ୍ରମିକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ନଚେତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୀଡ଼ିତାଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆରୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି । ସିବିଆଇକୁ ମଧ୍ୟ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଉ ମାସେ ସମୟ ମଧ୍ୟ ଦେଇ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । କଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରୁଥିବାବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏହାର ସମୀକ୍ଷା କରାଯିବ। ସିବିଆଇ ମାମଲା ହାତକୁ ନେଇଥିବାରୁ ସେଥିରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ତେବେ ଘଟଣା ପରେ ଏତଲା ରୁଜୁ ହେବାରେ ୧୪ ଘଣ୍ଟା ବିଳମ୍ବ ହୋଇଥିବା ନେଇ ସୁପ୍ରିମକୋର୍ଟ ଅବଗତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking