30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଆସାମ-ମେଘାଳୟ ସୀମା ଚୁକ୍ତିକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି

ଆସାମ-ମେଘାଳୟ ସୀମା ଚୁକ୍ତିକୁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ଆସାମ ଓ ମେଘାଳୟ ମଧ୍ୟରେ ସୀମା ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ସହିତ ମେଘାଳୟ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି । ଏହା ସହିତ ହାଇକୋର୍ଟର ଆବେଦନକାରୀଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ୍ କହିଛନ୍ତି, ଆମର ପ୍ରାରମ୍ଭିକ ମତ ଚୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରୋକ୍ ଲଗାଇବା ଉଚିତ ନଥିଲା । କୌଣସି କାରଣ ବିନା ରୋକ୍ ଲଗାଇବାର ଆବଶ୍ୟକତା ନଥିଲା । ତିନି ସପ୍ତାହ ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କାନ୍‌ରାଡ୍ ସାଙ୍ଗ୍‌ମା ଗତବର୍ଷ ମାର୍ଚ୍ଚରେ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ । ଯେଉଁଥିରେ ୧୨ ବିବାଦୀୟ ସ୍ଥାନ ମଧ୍ୟରୁ ଅତିକମ୍‌ରେ ୬ଟିର ସୀମା ନିର୍ଦ୍ଧାରଣ କରାଯାଇଥିଲା । ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ସର୍ବଦା ବିବାଦ ଲାଗି ରହୁଥିଲା । ଚୁକ୍ତିକୁ ନେଇ ମେଘାଳୟର ଚାରି ପାରମ୍ପରିକ ମୁଖ୍ୟ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ୨୦୨୩ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ରୋକ୍ ଲଗାଇବାକୁ ଆଦେଶ ଦେଇଥିଲେ । ହାଇକୋର୍ଟ ଆଦେଶରେ କୌଣସି ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ କୌଣସି ଭୌତିକ ସୀମାଙ୍କନ କିମ୍ବା ସୀମା ଚୌକି ନିର୍ମାଣ କରାଯାଇ ପାରିବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking