29.1 C
Bhubaneswar
Saturday, April 27, 2024
Homeଓଡିଶାସୁମିତ-ତପସ୍ୱିନୀ ମାମଲା : ଟଙ୍କା ପାଇବା ପାଇଁ ପୁଣି ପିଟିସନ ଦାଖଲ

ସୁମିତ-ତପସ୍ୱିନୀ ମାମଲା : ଟଙ୍କା ପାଇବା ପାଇଁ ପୁଣି ପିଟିସନ ଦାଖଲ

ବ୍ରହ୍ମପୁର:  ଡାକ୍ତର ସୁମିତ ସାହୁ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ୧୭ହଜାର ଟଙ୍କା ଦେବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ମଧ୍ୟ ସ୍ୱାମୀ ତପସ୍ୱିନୀଙ୍କୁ ଟଙ୍କା ଦେଇ ନଥିଲେ । ଏନେଇ ସ୍ତ୍ରୀ ପୁଣି ଥରେ ଏଡ଼ିଜେ କୋର୍ଟରେ ତାଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କ ଜରିଆରେ ଆଉ ଏକ ନୂଆ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ଏହାର ଶୁଣାଣି ଆସନ୍ତା ୨୪ ତାରିଖକୁ ରହିଥିବା ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୪ ତାରିଖରେ ପସ୍ୱିନୀ-ଡା. ସୁମିତଙ୍କ ମାମଲାର ଗଞ୍ଜାମ ଜିଲା ଦୌରାଜଜଙ୍କ କୋର୍ଟ ତପସ୍ୱିନୀ ନିଜ ଶ୍ୱଶୂର ଘର ଭିତରେ ରହିବାକୁ ହକଦାର ଓ ଡା.ସୁମିତ ପ୍ରତ୍ୟେକ ମାସ ୧୦ ତାରିଖ ସୁଧା ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ବୋଲି କୋର୍ଟ କହିଥିଲେ । ହେଲେ ୧୦ ତାରିଖ ସୁଧା ଡା. ସୁମିତ ଟଙ୍କା ନଦେବାରୁ ତପସ୍ୱିନୀ ନିଜ ଓକିଲଙ୍କ ଜରିଆରେ ୧୧ ତାରିଖରେ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଗତ କାଲି ଏହାକୁ ଖାରଜ କରିବା ସହ ପୁଣି ଏକ ପିଟିସନ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking