30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆଜିଠାରୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି

ଆଜିଠାରୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ଆଜିଠୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି । ଆଜିଠାରୁ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ । ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି । ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା ।

ସେହି ଯୁଦ୍ଧରେ ବୀର ଯୋଦ୍ଧାମାନେ ବଳିଦାନ ଦେଇଥିଲେ । ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟରେ ନିର୍ମାଣ କରାଯାଇଥିଲା । ତେବେ ରାଜଧାନୀ ଦିଲ୍ଲୀରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ଏକ ପରିଚୟ ହୋଇରହିଥିଲା । ଯାହା ଏବେ ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ । ଗଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ନିଆଁରେ ବିଲୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking