ବ୍ରହ୍ମପୁର: ସୁମିତଙ୍କ ଜେଜେ ଓ ତାଙ୍କ ମା’ ବୋହୂ ତପସ୍ୱିନୀ ଘରେ ଗଣ୍ଡଗୋଳ କରୁଛନ୍ତି ବୋଲି ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଏସ୍ଡିଜେଏମ୍ଙ୍କ କୋର୍ଟରେ ଆଜି ଏହି ମାମଲାର ଣୁଣାଣି କରି ଉକ୍ତ ପିଟିସନ୍କୁ ଖାରଜ କରାଯାଇଥିବା ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚବାଯୋଗ୍ୟ ଯେ ବୋହୂ ତପସ୍ୱିନୀ ଦାଶଙ୍କ ଶାଶୂ ଓ ଆଈ ଶାଶୂଙ୍କ ତରଫରୁ ଗତ ୧୦ତାରିଖରେ ଏକ ପିଟିସନ୍ ରୁଜୁ କରାଯାଇଥିଲା । ସେଥିରେ ଉଲ୍ଲେଖ ଥିଲା ଯେ ତପସ୍ୱିନୀ ଘରେ ଗଣ୍ଡଗୋଳ କରୁଛନ୍ତି । ଏଣୁ ତାଙ୍କୁ ଘରୁ ବାହାର କରି କୌଣସି ଆଶ୍ରୟ ସ୍ଥଳୀରେ ରଖିବାକୁ ଅନୁରୋଧ କରାଯାଇଥିଲା । ଏସ୍ଡିଜେଏମ୍ ଏହାର ଶୁଣାଣି କରି ପିଟିସନ୍କୁ ଖାରଜ କରି ଦେଇଛନ୍ତି । ସେହିପରି ତପସ୍ୱିନୀଙ୍କ ତରଫରୁ ଦାଖଲ କରାଯାଇଥିବା ମୂଳ ପିଟିସନ୍ ଉପରେ ଆସନ୍ତା ୨୭ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।